ଡା. ଭୀମରାଓ ଆମ୍ବେଦକରଙ୍କ ମହାନିର୍ବାଣ ଦିବସ ପାଳିତ

ଯାଜପୁର-୬/୧୨(ଓଡିଆ ପୁଅ/ଏ.ରାଉତ) ସମ୍ବିଧାନ ପ୍ରଣେତା ହକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ୬୧ ତମ ମହାପରିନିର୍ବାଣ ଦିବସ ଧର୍ମଶାଳା ବ୍ଲକ ପରିସରରେ ଆମ୍ବେଦକର ଫାଉଣ୍ଡେସନ ଧର୍ମଶାଳା ଶାଖା ସଭାପତି ସୁରେନ୍ଦ୍ର ମଲିକଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ପାଳିତ ହୋଇଯାଇଛି । ମହାପରିନିର୍ବାଣ ଦିବସ ଉସôବରେ ମୁଖ୍ୟଅତିଥି ଭାବେ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଡ. ଆମ୍ବେଦକରଙ୍କ ଲିଖିତ ସମ୍ବିଧାନ ଭାରତୀୟ ଗଣତନ୍ତ୍ର ମୌଳିକ ଗ୍ରନ୍ଥ ସଦୃଶ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଧର୍ମଶାଳା ବିଡିଓ ଅମ୍ବିକା ପ୍ରସାଦ ଦାଶ, ବକ୍ତା ଭାବେ ଭୀମସେନ ମୁଣ୍ଡା,ଉପଦେଷ୍ଟା ରମାନନ୍ଦ ମଲ୍ଲିକ,ଉପସଭାପତି ଅନାମ ଚରଣ ମଲିକ,ଅଧ୍ୟକ୍ଷ ସିଭିଲ ସୋସାଇଟି ଫୋରମ ଯାଜପୁର ମନୋରଂଜନ ଜେନା ପ୍ରମୁଖ ଯୋଗଦେଇ ଡକ୍ଟର ଭୀମରାଓ ଆମ୍ବେଦକର ବିଶ୍ୱ ଶିକ୍ଷା ଜଗତର ଆଲୋକ ବର୍ତ୍ତିକା ସଦୃଶ ଥିଲେ । ତାଙ୍କର ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ ବକ୍ତମାନେ କରିଥିଲେ । ଆମ୍ବେଦକର ୧୮୯୧ ମସିହା ଅପ୍ରେଲ ୧୪ ତାରିଖରେ ମହାରାଷ୍ଟ ରାଜ୍ୟ ରତ୍ନଗୀରୀ ଜିଲ୍ଲା ଅନ୍ତର୍ଗତ ମାହୁ ନାମକ ଗ୍ରାମରେ ଏକ ଗରୀବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଓ ସଂବିଧାନ ପ୍ରଣୟନ କରିଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ସଭାରେ ଅନୁଷ୍ଠାନର ସଂପାଦକ ଅଭିମନୁ୍ୟ ମଲିକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆର୍ତ୍ତତ୍ରାଣ, କାତ୍ତିକ ମଳିକ,ଦୁଷ୍ମନ୍ତ ଜେନା ,ପ୍ରଶାନ୍ତ ମଲିକ,ରଂଜନ ମଳିକ, ଅରକ୍ଷିତ ମଳିକ, ସଦାଶିବ ସେଠୀ,ଈଶ୍ୱର ବେହେରା ପ୍ରମୁଖ ଧର୍ମଶାଳା ବ୍ଲକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ସଭାରେ ଶତାଧିକ ମହିଳା ଯୋଗଦେଇ ଥିଲେ । ଶେଷର ପର୍ଶୁରାମ ମଳିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *