ଡା. ଆର.ଶିବାଜୀ ରାଓଙ୍କ ୩ୟ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ସାରସ୍ୱତ ସାଧକ ତଥା ବହୁମୁଖୀ ପ୍ରତିଭାର ଅଧିକାରୀ ଡାକ୍ତର ଆର.ଶିବାଜୀ ରାଓଙ୍କ ୩ୟ ବାର୍ଷିକ ଶ୍ରଦ୍ଧାଞ୍ଜଳୀ ସଭା ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଡା.ଆର.ଶିବାଜୀ ରାଓ ଟ୍ରଷ୍ଟ ବୋର୍ଡ ଦ୍ୱାରା ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳୀ ସଭାକୁ ସଭାପତିତ୍ୱ କରିଥିଲେ ବରିଷ୍ଠ ସାମ୍ବାଦିକ ତଥା ଟ୍ରଷ୍ଟର ଯୁଗ୍ମ ସଂପାଦକ ଦୁର୍ଗାଶଙ୍କର ବିଶ୍ୱାଳ । ମୁଖ୍ୟ ଅତିଥି ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗ ଦେଇ କହିଥିଲେ ଡା.ରାଓ ଥିଲେ ଜଣେ ଭିନ୍ନ ମଣିଷ । ଏକା ଧାରାରେ ଜଣେ ଚିକିସôକ ଭାବରେ ରୋଗୀ ସେବା କରିବା ସହିତ ହିନ୍ଦୀ ସାହିତ୍ୟ ଏବଂ ଓଡିଆ ସାହିତ୍ୟର ସାଧନାରେ ସେ ନିଜକୁ ନିୟୋଜିତ କରିଥିଲେ । ସେ ବ୍ୟକ୍ତି ନଥିଲେ ଜଣେ ଅନୁଷ୍ଠାନ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ । ସମ୍ମାନିତ ଅତିଥି ଭାବେ ଭଦ୍ରକ ଚିକିସôକ ସଂଘର ସଭାପତି ଡା.ହରେକୃଷ୍ଣ ନାୟକ ଯୋଗଦେଇ କହିଥିଲେ ଡା.ରାଓ ଥିଲେ ଅନୁବାଦ ସାହିତ୍ୟର ପ୍ରାଣ ପ୍ରତିଷ୍ଠାତା । ମୁଖ୍ୟ ବକ୍ତା ଭାବେ ଡାଃ ବ୍ରଜମୋହନ ମିଶ୍ର ଯୋଗଦେଇ ଡା. ରାଓଙ୍କ ଓଡିଆ ସାହିତ୍ୟ ପାଇଁ ଥିବା ଅବଦାନ ବିଷୟରେ ବକ୍ତବ୍ୟ ରଖିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମ୍ମାନିତ ବକ୍ତା ଏସ.ଏମ.ଫାରୁକ,ଡାକ୍ତର ପ୍ରଦୀପ ନାୟକ ପ୍ରମୁଖ ଯୋଗଦେଇ ଡାକ୍ତର ରାଓଙ୍କ ଅନୁବାଦ ସାହିତ୍ୟ ସାରା ରାଜ୍ୟରେ ସାହିତ୍ୟ ପ୍ରେମୀଙ୍କ ମଧ୍ୟରେ ଏକ ରୂଚି ରଖୁଥିଲା ଯାହା ତାଙ୍କ ମୃତୁ୍ୟ ପରେ ଏକ ଅପୁରଣୀୟ କ୍ଷତି ହୋଇଛି ବୋଲି କହିଛନ୍ତି । ସୂଚନା ଥାଉକି ଡାକ୍ତର ସ୍ୱାର୍ଗତ ରାଓ ଥିଲେ ଜଣେ ସଂସ୍କୃତି ପ୍ରେମୀ, କବି, ଲେଖକ,ଗବେଷକ, ଗାଳ୍ପିକ,ଶିଶୁସାହିତି୍ୟକ,ରମ୍ୟ ରଚନାକାର,ଆଭାଷ ଗଳ୍ପର ଶ୍ରଷ୍ଠା,କଥାକାର,ପ୍ରାବନ୍ଧିକ ତଥା ସାର୍ଥକ ଅନୁବାଦକ । ପୁରାଣ, ଧର୍ମ, ଦର୍ଶନ,ଶିଶୁ ସାହିତ୍ୟ,ପ୍ରକୃତି,କ୍ଷୁଦ୍ରଗଳ୍ପ,ସାମାଜିକ ସଂସ୍କାର ବ୍ୟବସ୍ଥାକୁ ନେଇ ସେ ନିଜର ଲେଖନୀ ଚାଳନା କରିଛନ୍ତି । ସେ ଅନେକ ଭାଷାରେ ପ୍ରତିଷ୍ଠା ଲାଭ କରିଥିଲେ ମଧ୍ୟ ତାଙ୍କ ଜୀବନର ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ ଓଡିଆ ଭାଷାରେ ଲେଖନୀ ଚାଳନା କରି ଓଡିଆ ସାହିତ୍ୟକୁ ସମୃଦ୍ଧ କରି ଯାଇଛନ୍ତି । ଏହି ଶ୍ରଦ୍ଧାଞ୍ଜଳୀ ସଭା ପ୍ରାରମ୍ଭରେ ଟ୍ରଷ୍ଟ ବୋର୍ଡର ସହ ସଂପାଦକ ସବ୍ୟସାଚୀ ସ୍ୱାମୀ ଟ୍ରଷ୍ଟ ବୋର୍ଡର ଆଭିମୁଖ୍ୟ ଏବଂ କାର୍ଯ୍ୟାବଳୀ ବିଷୟରେ ସୂଚନା ଦେଇଥିଲେ । ଭଦ୍ରକ ମାଟିର ବହୁ କବି,ଲେଖକ ମାନଙ୍କ ମଧ୍ୟରେ ଅଭୟ ଦ୍ୱିବେଦି,ଦାମୋଦର ସଂସ୍କୃତ କଲେଜର ଅଧ୍ୟକ୍ଷ ଡାଃ ପ୍ରମୋଦ କୁମାର ନାୟକ, ଡାଃ ରାଧା ବିନୋଦ ନାୟକ,ରମେଶ ଚନ୍ଦ୍ର ପତ୍ରୀ,କବୟତ୍ରୀ ଡାଃ ରାଧାରାଣୀ ମହାପାତ୍ର,ଗୀତାରାଣୀ ଆଇଚ,ଶାନ୍ତିଲତା ନାଗ,ଡାଃ ନିତ୍ୟାନନ୍ଦ ମିଶ୍ର,ସୁଧାକର ରାଉତ,ଦିବ୍ୟସିଂ ଦାସ ଅଧିକାରୀ,ରବି ନାରାୟଣ ମଲ୍ଲିକ,ସୀତାକାନ୍ତ ପତ୍ରୀ,ଜୟଚନ୍ଦ୍ର ବେହେରା,ଏମ.ଏଫ.ନବୀ,ସମବାୟ ବ୍ୟାଙ୍କ ଶାଖା ପରିଚାଳକ ଅଶ୍ୱିନୀ ନାୟକ,ଡାଃ ଅବନୀ ନାୟକ,ଡା.ଆର.ବିଠଲ ରାଓ,ଜୟଦେବ ପିଲ୍ଲେ,ଶିଳ୍ପୀ ସୁଶାନ୍ତ ନାୟକ,ସିଆରସି ରଶ୍ମିତା ଦାଶ,ପ୍ରଗତିକା ଦାଶ,ସାମ୍ବାଦିକ ନରେନ୍ଦ୍ର ସାମଲ,ଉମାକଲ୍ୟାଣ ମହାପାତ୍ର,ନସୀମ ଅଖତାର,ଦେବାଶିଷ ମହାପାତ୍ର,ଶୈାମ୍ୟ ପାଢୀ, ଶଶୀଭୂଷଣ ସ୍ୱାମୀ,ଶ୍ରୀକାନ୍ତ ତ୍ରୀପାଠି,ଇନ୍ଦ୍ରଜୀତ ସାହୁ,ସତ୍ୟଭୂଷଣ ସ୍ୱାମୀ ଏବଂ ରାକେଶ ଦାସ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ରାଓଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *