ଅପରାଧ

ଡାହାଣୀ ସନ୍ଦେହରେ ଦୁଇ ଜଣକୁ ହତ୍ୟା: ଜଣେ ଗୁରୁତର

ବାରିପଦା/ରାଇରଙ୍ଗପୁର -(ଓଡ଼ିଆପୁଅ/ସନ୍ତୋଷ ବରଜ) ମୟୁରଭଞ୍ଜ ଜିଲ୍ଲା ଜାମଦା ଥାନା ମଧୁପୁର ଗ୍ରାମରେ ଡବଲ ମର୍ଡର। ଡାହାଣୀ ସନ୍ଦେହରେ ହତ୍ୟା। ହତ୍ୟାକାରୀ ଶ୍ୟାମ ହାଁସଦାଙ୍କ ଜାମଦା ଥାନାରେ ଆତ୍ମସମର୍ପଣ। ହତ୍ୟାକାରୀ ଶ୍ୟାମ ଗୁଣି ଗାରେଡି ସନ୍ଦେହରେ ଗ୍ରାମର ତିନି ଜଣ ମହିଳାଙ୍କୁ ଆକ୍ରମଣ କରିଥିଲେ। ଗ୍ରାମର ଦୁଇ ଜଣ ମହିଳାଙ୍କୁ କୁରାଢ଼ୀରେ ହତ୍ୟା କରିଥିବା ବେଳେ ଅନ୍ୟ ଏକ ମହିଳାଙ୍କୁ ତୀରରେ ମାରିଥିଲେ। ତେବେ ଘଟଣାସ୍ଥଳରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତୀରମାଡ ହୋଇଥିବା ମହିଳା ଜଣକ ଆହତ ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ତେବେ ଘଟଣାସ୍ଥଳକୁ ପୋଲିସ ପହଞ୍ଚି ତନା ଘନା ଆରମ୍ଭ କରିଛି। ସେପଟେ ହତ୍ୟାକାରୀ ଘଟଣା ଘଟାଇବା ପରେ ଜାମଦା ଥାନାରେ ଆତ୍ମସମର୍ପଣ କରିଛି। ମୃତକ ମହିଳାମାନେ ହେଲେ କାର୍ମି ମୁର୍ମୁ ଓ ସୂର୍ଯ୍ୟ ହେମ୍ବ୍ରମ। ଆହତ ମହିଳା ଜଣକ ହେଲେ ଜବା ବାସକେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top