ଡାଲା ଅଟୋ ଓଲଟିଲା ୧ ମୃତ: ୧୩ ଆହତ

ବ୍ରହ୍ମପୁର ୨୮-୭ (ଓଡ଼ିଆ ପୁଅ): ଏକ ଡାଲା ଅଟୋରେ ଶ୍ରମିକମାନେ ବ୍ରହ୍ମପୁରକୁ କାମ ଅନ୍ୱେଷଣରେ ଆସୁଥିବା ବେଳେ ଆମ୍ବଗଡା ଠାରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡ଼ିଥିଲା। ଏହା ଫଳରେ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୩ ଜଣ ଆହତ ହୋଇଛନ୍ତି। ଗୁରୁତର ଆହତମାନଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତିଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଅଟୋ ଡ୍ରାଇଭରକୁ ଗିରଫ କରିଛି। ମୃତ୍ୟୁ ବରଣ କରିଥିବା ଶ୍ରମିକଙ୍କ ପରିଚୟ ଜଣାପଡ଼ି ନାହିଁ।

Leave a Reply

Your email address will not be published. Required fields are marked *