ଡାଫୋଡିଲ ସ୍କୁଲବାର୍ଷିକ ଉତ୍ସବ

ପୁରୀ;୧୦/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ ): ହାଫୋଡିଲ ନର୍ସରୀ ସ୍କୁଲର ବାର୍ଷିକ ଉତ୍ସବ ଶୁକ୍ରବାର ଦିନ ୟୁଥ ହଷ୍ଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ସୁଜାତା ମିଶ୍ର ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଶିଶୁଙ୍କ ଶୃଙ୍ଖଳା, ନିଷ୍ଠା ଓ ସୃଜନଶୀଳତା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ଡିଏଭି ସ୍କୁଲ ଶିକ୍ଷକ ଅମୀୟ କୁମାର ମହାନ୍ତି, ନେହେରୁ ଯୁବ କେନ୍ଦ୍ର ସଂଯୋଜକ ଜୟଶଙ୍କର ଯୋଶୀ, ପ୍ରମୁଖ ସମ୍ମାନିତ ଅତିଥୀ ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କର ଅଧ୍ୟକ୍ଷ ଡଃ ଅଶ୍ୱିନୀ କୁମାର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସବରେ ପୁରସ୍କୃତ କରାଯିବା ସହ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ସଭାପତି ରାଜେନ୍ଦ୍ର ନାରାୟଣ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ। ବନ୍ଦା ମିଶ୍ର, ରାଜଲକ୍ଷ୍ମୀ ମିଶ୍ର, ମମତା ସାହୁ, ରୀନା ଦାସ, ସୁଚିତ୍ରା ମିଶ୍ର, ଗାୟତ୍ରୀ ଆଣ୍ଡିଆ, ସୁବେସ୍ନା ଖୁଟିଂଆ, ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *