ଡାକ ସଞ୍ଚୟ ବ୍ୟାଙ୍କ କର୍ମଚାରୀ ଜାତୀୟ ସମ୍ମିଳନୀ ଉଦ୍ୟାପିତ

ପୁରୀ, ୨୦/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ସର୍ବ ଭାରତୀୟ ଡାକ ସଞ୍ଚୟ ବ୍ୟାଙ୍କ ନିୟନ୍ତ୍ରଣ ସଂଗଠନ କର୍ମଚାରୀ ସଂଘର ଦୁଇଦିନିଆ ଜାତୀୟ କାର୍ଯ୍ୟକାରୀ ବୈଠକ ଉଦ୍ୟାପିତ ହୋଇଯାଇଛି। ଉଦ୍ୟାପନୀ ସଭାରେ ଜାତୀୟ ଡାକ କର୍ମଚାରୀ ମହାସଂଘର ମହାସଚିବ କମ୍ରେଡ୍ ଏମ୍କ୍ରିଷ୍ଣନ ସଂଘର ଜାତୀୟ ସଭାପତି ଏସ୍ଏସ୍ ସାଠେ, ଅଖିଳ ଭାରତୀୟ ଡାକ ସଞ୍ଚୟ ବ୍ୟାଙ୍କ ସଂଗଠନ କର୍ମଚାରୀ ସଂଘର ମହାସଚିବ ବିରେନ୍ଦ୍ର ତିୱାରୀ, ସଂଗଠନର ପ୍ରାକ୍ତନ ମହାସଚିବ ଏସ୍ପିକୁଲକନି, ଡାକ ସଞ୍ଚୟ ସଂଗଠନ ଓଡିଶା ମଣ୍ଡଳରପ୍ରାକ୍ତନ ସମ୍ପାଦକ ପି. ରାମ ସିଂ, ନ୍ୟାସନାଲ ଫେଡେରେସନ ଫର୍ ପୋଷ୍ଟାଲ ଏମ୍ପ୍ଳେଇସ୍ ମଣ୍ଡଳ ସମ୍ପାଦକ କମ୍ଲେଡ୍ ବୃହସ୍ପତି ସାମଲ ପ୍ରମୁଖ ବୈଠକରେ ବକ୍ତବ୍ୟ ରଖି ଆଗାମୀ ଦିନରେ ସରକାର ଡାକ କର୍ମଚାରୀମାନଙ୍କ ଦାବି ସମ୍ପର୍କରେ ବିଚାର ନକଲେ ଏକ ଗଣଆନ୍ଦୋଳନ କରାଯିବ ବୋଲି ଘୋଷଣା କରିଥିଲେ। ଡାକ ସହାୟକ ପଦକୁ ଅଡିଟର ଭାବେ ପରିବର୍ତ୍ତନ ଡାକ ସଞ୍ଚୟ ଜମା ଯୋଜନାର ବାର୍ଷିକ ସମୀକ୍ଷା ତାଲିମ ଖାଲି ପଡିଥିବା କର୍ମଚାରୀ ପଦ ପୂରଣ ଏବଂ ସଞ୍ଚୟ ବ୍ୟାଙ୍କ ଜମା ଯୋଜନା ଘରୋଇକରଣ କିମ୍ବା ଜାତୀୟକରଣ ବ୍ୟାଙ୍କକୁ ହସ୍ତାନ୍ତର କରାନଯିବାକୁ ବୈଠକରେ ଆଲୋଚନା ହୋଇଥିଲା। ଡାକ ମଣ୍ଡଳ ସଭାପତି ବସନ୍ତ ପତି, ସମ୍ପାଦକ ଶ୍ରୀକାନ୍ତ କୁମାର ମଲ୍ଲିକ, ଆସିଷ୍ଟାଣ୍ଟ ସେକ୍ରେଟାରୀ ରାଜେଶ ବହିଦାର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *