ଗଜପତି

ଡାକ ବିଭାଗ ପକ୍ଷରୁ କୋର ସିଷ୍ଟମ ଉଦ୍ଘାଟିତ

ପାରଳାଖେମୁଣ୍ଡି,୭ା୩(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଡାକଘର ବିଭାଗ କାର୍ଯ୍ୟାଳୟ ଠାରେ କୋର ସିଷ୍ଟମ ଇଣ୍ଟଗ୍ରେଟେଡ(ସିଏସଆଇ) ସୁବିଧା ଉଦ୍ଘାଟିତ ହୋଇଯାଇଛି । ଏହାକୁ ପାରଳାଖେମୁଣ୍ଡି ପୋଷ୍ଟମାଷ୍ଟର ସାଇଦ ଜାହିଦ ହାସନ ରିବନ କାଟି ଉଦ୍ଘାଟନ କରିବା ସହ ଏହି ସୁବିଧା ଦ୍ୱାରା ଗ୍ରାହକମାନଙ୍କର ସମୟ ବଞ୍ଚିବା ସହ ସେମାନେ ଅଧିକ ଆକର୍ଷିତ ହେବେ ବୋଲି କହଥିଲେ । ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଯାଇ ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଡାକଘର ଠାରେ ଏହି ବ୍ୟବସ୍ଥା ଲାଗୁ ହୋଇଥିବା ସୁଚନା ମିଳିଛି । ଏହି ବ୍ୟବସ୍ଥା ଉଦ୍ଘାଟିତ ହେବାପରେ ଏହାର ଉପଯୋଗିତା ବିଷୟରେ ଜାଣିବା ପାଇଁ ତଥା ଏହା ଉପଯୋଗ କରିବା ପାଇଁ ବହୁ ସଂଖାରେ ଗ୍ରାହକ ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଡାକଘର କାର୍ଯ୍ୟାଳୟ ଠାରେ ଭିଡ ଜମାଇଥିବାର ଦେଖିବାକୁ ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top