ଜିଲ୍ଲା ପରିକ୍ରମା

ଡାକ ଚେସ ପ୍ରତିଯୋଗୀ ଉଦ୍ୟାପିତ: ତାମିଲନାଡୁକୁ ଦଳଗତ ଚମ୍ପିଆନ୍

ପୁରୀ:୨/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ହଲିଡେ ରିସର୍ଟରେ ଆୟୋଜିତ ସର୍ବ ଭାରତୀୟ ଡାକ ଚେସ୍ ପ୍ରତିଯୋଗୀତା ଉଦ୍ୟାପିତ ହୋଇଯାଇଛି। ଏଥିରେ ତାମିଲନାଡୁ ଦଳଗତ ଚମ୍ପିଆନ ବିବେଚିତ ହୋଇଛି। ଉଦ୍ୟାପନୀ ଉତ୍ସବରେ ଓଡିଶା ଡାକ ବିଭାଗରୁ ମୁଖ୍ୟ ମହା ଡାକପାଳ ଡଃ, ସନ୍ତୋଷ କାମଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ଆଜି ଠାରୁ ଆରମ୍ଭ ହୋଇଥିବା ଇଣ୍ଡିଆ ପୋଷ୍ଟ ଏମେଣ୍ଟ ବ୍ୟାଙ୍କ ଡାକ ବିଭାଗର ଏକ ସ୍ୱପ୍ନ। ଆଗକୁ ଏହା ଲୋକଙ୍କ ଅର୍ଥନୀତି ବିକାଶରେ ସହାୟକ ହୋଇପାରିବ। ପୁରୀରେ ଆୟୋଜିତ ଚେସ୍ ଚମ୍ପିଆନ୍ ସିପ୍ ଅନୁଭୂତି ଖେଳାଳୀମାନଙ୍କୁ ପ୍ରେରଣା ଯୋଗାଇ ପାରିବ। ଏକାଗ୍ରତା ବଳବତ୍ତର ରହିଲେ ଜଣେ ଚେସରେ ଶ୍ରେଷ୍ଠତ୍ୱ ପ୍ରତିବାଦନ କରିପାରିବ। ଖେଳାଳୀମାନେ ନିଜର ପିଲାମାନଙ୍କୁ ମଧ୍ୟ ଏ ଦିଗରେ ଉତ୍ସାହିତ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଓଡିଶା ଡାକ ମଣ୍ଡଳର ନିର୍ଦ୍ଦେଶକ ଜି ଗୁରୁ ନାଥମ୍ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଚେସ୍ ଗ୍ରାଣ୍ଡ ମାଷ୍ଟର ଦେବାଶିଷ ଦାସ ଉତ୍ସବର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ କଠିନ ପରିଶ୍ରମ, ନି୍େଠା ଓ ଏକାଗ୍ରତା ରହିଲେ ଜଣେ ଚେସ୍ ଖେଳରେ ସଫଳତା ଅର୍ଜନପନ କରିପାରିବ। ପ୍ରତିଯୋଗୀମାନଙ୍କର ଗ୍ରାଣ୍ଡ ମାଷ୍ଟର ହେବାର ଦକ୍ଷତା ରହିଛି। ଏଥିପାଇଁ କଠିନ ଅଭ୍ୟାସ ଦରକାର। ନିଜ ଉପରେ ଭରଷା ଓ ବିଶ୍ୱାସ ରଖିବା ଆବଶ୍ୟକ। ଜଣେ ସଫଳ ଖେଳାଳୀ ଜୀବନରେ ଉତ୍ଥାନ ଆସିଥାଏ। ଆଶାକୁ ନଛାଡି ସଂକଳ୍ପ ହୋଇ ସ୍ଥିର କରି ଆଗକୁ ବଢ଼ିବାକୁ ସେ ଆହ୍ୱାନ ଦେଇଥାଏ। ଉତ୍ସବରେ ଦଳଗତ ଚମ୍ପିଆନ୍ ତାମିଲନାଡୁ ଓ ରନର୍ସ ଅଫ୍ ରାଜସ୍ଥାନ ଓ ତୃତୀୟ ସ୍ଥାନ ହାସଲ କରିଥିବା ବିହାର ଡାକ ମଣ୍ଡଳକୁ ପୁରସ୍କୃତ କରାଯିବା ସହ ବ୍ୟକ୍ତିଗତ ଶ୍ରେଷ୍ଠ ଖେଳାଳୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଶେଷରେ ଡାକ ମଣ୍ଡଳର କ୍ରୀଡା ବିଭାଗ ଉପନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top