ଓଡ଼ିଶା

ଡାକ ଚେସ୍ ଚମ୍ପିଆନ ସିପ୍ ଉଦ୍ଘାଟିତ

ପୁରୀ:୨୭-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀରେ ଉଦ୍ଘାଟିତ ହୋଇଛି ୩୩ତମ ଅଲ୍ ଇଣ୍ଡିଆ ଡାକ ଚେସ୍ ପ୍ରତିଯୋଗୀତା। ଡାକ ସେବା ବୋର୍ଡ ସଦସ୍ୟ ଉଷା ଚନ୍ଦ୍ରଶେଖର ପ୍ରତିଯୋଗୀତାକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡିଶା ଡାକ ମଣ୍ଡଳ ମୁଖ୍ୟ ମହା ଡାକପାଳ ସନ୍ତୋଷ କୁମାର କାମିଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନ ଉତ୍ସବରେ ଓଡିଶା ଡାକମଣ୍ଡଳର ଆକାଉଣ୍ଟସ୍ ନିର୍ଦ୍ଦେଶକ ଲୋପାମୁଦ୍ରା ମହାପାତ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ବ୍ରହ୍ମପୁର ଡାକ ମଣ୍ଡଳର ମହା ଡାକପାଳ କର୍ଣ୍ଣେଲ ଜଳେଶ୍ୱର କଅଁର ହଲିଡେ ରିସର୍ଟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏହି ଯୋଗଦେଇ କହିଲେ ଯେ ଚେସ୍ ହେଉଛି ବିଦ୍ଧିମତାର ଖେଳ। ପ୍ରତ୍ୟେକ ନିୟମରେ ଖେଳ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବାକୁ ସେ ଆହ୍ୱାନ ଦେଇଥିଲେ। ସମ୍ବଲପୁର ମହା ଡାକପାଳ ଲଲିଟେନ୍ଦୁ ପ୍ରଧାନ କହିଲେ ଯେ ଭାରତରେ ୭୦ଭାଗ ଲୋକ ଚେସ୍ ଖେଳନ୍ତି। ବିଶ୍ୱରେ ୧୫ହଜାର ଶ୍ରେଷ୍ଠ ଖେଳାଳୀ ଥିବା ବେଳେ ଭାରତରେ ୫୦୦ଜଣ ଗ୍ରାଣ୍ଡ ମାଣ୍ଟର ଅଛନ୍ତି। ଏହା ବୁଦ୍ଧିମତାର ଖେଳ ହୋଇଥିବା ବେଳେ ଏଥିପାଇଁ ଧର୍ଯ୍ୟର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତି ଚନ୍ଦ୍ରଶେଖର ଚେସ୍ ଖେଳ ନିତିଦିନିଆ ଜୀୀବଶୈଳୀ ବୋଲି ଦର୍ଶାଇବା ସହ ଜୀବନର ଅନେକ ସୁକୁର୍ତି ଭଳି ଚେସ୍ରେ ମଧ୍ୟ ଥାଏ ବୋଲି କହିଥିଲେ। ଏହି ଅବସରରେ ଏକ ସ୍ୱତନ୍ତ୍ର ସ୍ମାରକି ଲଫାପା ଉନ୍ମୋଚନ କରାଯିବା ସହ ସମ୍ବର୍ଦ୍ଧନା ଅର୍ପଣ କରାଯାଇଥିଲା। (ଫଟୋ – ଡିପି ଗାଙ୍ଗୁଲି)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top