ଡାକ କର୍ମଚାରୀଙ୍କ କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି ବୈଠକ

ପୁରୀ, ୧୯/୧୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଭାରତୀୟ ଡାକ ସେଭିଂ ବ୍ୟାଙ୍କ କେନ୍ଦ୍ରୀୟ ସଂଗଠନର କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟିର ଦୁଇ ଦିନିଆ ବୈଠକ ଅନୁଷ୍ଠିତ ହୋଇଛି। ରବିବାର ପୂର୍ବାହ୍ନରେ ଶ୍ରୀଗୁଣ୍ଡି ଭକ୍ତନିବାସ ପରିସରରେ ଆୟୋଜିତ ବୈଠକକୁ ନ୍ୟାସନାଲ ଫେଡରେସନ ଅଫ୍ ସ୍ପୋଟାଲ ଏମ୍ପଲୋଇସ୍ ମହାସଚିବ ରାମ ନିବାସ ପରାସର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଫେଡରେସନ ଅଫ୍ ସେଣ୍ଟ୍ରାଲ ଗଭଣ୍ଣମେ ଏମ୍ପ୍ଳୋଇମେଣ୍ଟର ମହାସଚିବ କମ୍ରେଡ ଏସ୍ କିଷ୍ଣନ୍ ନ୍ୟାସନାଲ ଫେଡେରେସନ ଅଫ୍ କୋଷ୍ଟାଲ ଏମ୍ପ୍ଲୋଇସ୍ର ସଭାପତି ଗିରିଜା ସିଂ, କମ୍ରେଡ୍ ବିରେନ୍ଦ ତିୱାରୀ ପ୍ରମୁଖ କାର୍ଯ୍ୟରେ ବକ୍ତବ୍ୟ ରଖି ଏସ୍ବିସିଓ ଷ୍ଟାଫମାନଙ୍କର ବିଭିନ୍ନ ସମସ୍ୟମାନଙ୍କରେ ବିଷଦ ଭାବେ ଆଲୋଚନା କରିଥିଲେ। ବୈଠକରେ ଏସ୍ବିସିଏକୁ ଅଡିଟର ଭାବେ ପରିଣତ କରିବା ଓ ତାଙ୍କର ମୂଳ ଦରମା ଅଡିଟ ଓ ଏଜିର ଅଡିଟର ସହିତ ସମାନ କରିବା, ଏସ୍ବିସିଓରେ କ୍ୟାଡର ରେଷ୍ଟକ୍ଳିଂ ଲାଗୁ କରିବା ଏସ୍ବିସିଓକୁ ନେଗ୍ଳେଜେନ୍ସି ବାହାରେ ରଖି ଆଦି ଉପରେ ବୈଠକରେ ଆଲୋଚନା କରାଯାଇଥିଲା। ଏହି ଦାବିଗୁଡିକ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ନଚେତ୍ ଫେଡେରେସନଙ୍କ ପକ୍ଷରୁ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବାକୁ ସ୍ଥିରୀକୃତ ହୋଇଥିଲା। ବୈଠକରେ ଅଖିଳ ଭାରତ ପୋଷ୍ଟାଲ ୟୁନିଅନର ପ୍ରାକ୍ତନ ଉପସଭାପତି ରମେଶ ଚନ୍ଦ୍ର ମିଶ୍ରଏ ଏସ୍ ସାଠେ, ଓଡିଶା ସର୍କଲ ସଂଗଠନ ସମ୍ପାଦକ କିଶୋର ବିଶ୍ୱା. ଆସିଷ୍ଟାଣ୍ଟସର୍କଲ ସେକ୍ରେଟାରୀ ରାଜେଶ ବହିଦାର, ଶ୍ରୀକାନ୍ତ ମଲ୍ଲିକ ପ୍ରମୁଖ ମଞ୍ଚାସୀନ ଥିଲେ।

Leave a Reply

Your email address will not be published. Required fields are marked *