ଓଡ଼ିଶା

ଡାକ୍ତର ରଶ୍ମିରଞ୍ଜନ ପାଇଲେ ୟଙ୍ଗ ରିସର୍ଚ୍ଚର ଆୱାର୍ଡ

କେନ୍ଦ୍ରାପଡା ୧୩/୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆର୍ୟୁ ବିଜ୍ଞାନ ସଂସ୍ଥାନ (ଏମ୍ସ)ର ଶିଶୁରୋଗ ବିଭାଗର ସହଯୋଗି ପ୍ରାଧ୍ୟାପକ ଡାକ୍ତର ରଶ୍ମିରଞ୍ଜନ ଦାସଙ୍କୁ “ୟଙ୍ଗ ରିସର୍ଚ୍ଚର ଆୱାର୍ଡ”ସମ୍ମାନରେ ସମ୍ମାନୀତ କରାଯାଇଛି। ଡାକ୍ତର ଶ୍ରୀ ଦାସ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଗରଜଙ୍ଗା ପଂଚାୟତର କୁଆଁରପାଳ ଗ୍ରାମର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ଦାସଙ୍କ ଜ୍ୟେଷ୍ଠ ପୁତ୍ର। ୨୦୧୩ ମସିହା ଅପ୍ରେଲ ପହିଲାରେ ଅଖିଳ ଭାରତୀୟ ଆର୍ୟୁ ବିଜ୍ଞାନ ସଂସ୍ଥାନ (ଏମ୍ସ)ର ଶିଶୁରୋଗ ବିଭାଗରେ ସହକାରୀ ପ୍ରାଧ୍ୟପକ ଭାବେ ଯୋଗଦେଇଥିବା ଡା.ଶ୍ରୀ ଦାସଙ୍କ ଶିଶୁରୋଗ ଉପରେ ଉଚ୍ଚକୋଟୀର ଗବେଷଣା ପାଇଁ ତାଙ୍କୁ ନାଗପୁରସ୍ଥିତ ଇଣ୍ଡିଆନ ଏକାଡେମି ଅଫ ପେଡିଆଟ୍ରିକ୍ସ ଆଣ୍ଡ ରିସର୍ଚ ଇନ ଚାଇଲଡ ହେଲଥ ଗ୍ରୁପ ସଂସ୍ଥା ପକ୍ଷରୁ “ୟଙ୍ଗ ରିସର୍ଚ୍ଚର ଆୱାର୍ଡ – ୨୦୧୮”ପ୍ରଦାନ କରାଯାଇଛି। ସଂସ୍ଥାର ସଭାପତି ଡା.ହରିଶ କେ.ପେମଡେ ଓ ସମ୍ପାଦକ ଡା.ମନୋଜ କୁମାର ଦାସ ଗତ ଜାନୁଆରିମାସ ୬ ତାରିଖରେ ନାଗପୁରସ୍ଥିତ ଇଣ୍ଡିଆନ ଏକାଡେମି ଅଫ ପେଡିଆଟ୍ରିକ୍ସ ଆଣ୍ଡ ରିସର୍ଚ ଇନ ଚାଇଲଡ ହେଲଥ ଗ୍ରୁପ କାର୍ଯ୍ୟାଳୟରେ ଏହି ସମ୍ମାନ ପ୍ରଦାନ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ୨୦୦୪ ମସିହାରେ ଜୀବବିଜ୍ଞାନରେ ଉଚ୍ଚକୋଟୀର ଉତ୍କର୍ଷତା ପାଇଁ ଡା.ଶ୍ରୀ ଦାସ ରାଷ୍ଠ୍ରପତି ଏ.ପି.ଜେ.ଅବଦୁଲ କାଲାମଙ୍କ ଠାରୁ ସୋର୍ଣ୍ଣ ପଦକ ପ୍ରାପ୍ତ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top