ଜିଲ୍ଲା ପରିକ୍ରମା

ଡାକ୍ତର ପଦବୀ ପୂରଣ ନ ହେଲେ ଆନ୍ଦୋଳନ ଧମକ: ଦାବିପତ୍ର ପ୍ରଦାନ ସହ ୧୫ ଦିନ ସମୟ ଦେଲା ବଣିକ ସଂଘ

ଟିଟିଲାଗଡ଼ ୧୭-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ରେ ଦୀର୍ଘ ଦିନ ଧରି ଆଖ ପାଖ ଗ୍ରାମାଞ୍ଚଳର ତଥା କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା, ସିନ୍ଧେକେଲା, ମୁରିବାହଲ ପରି ପ୍ରମୂଖ ଅଞ୍ଚଳ ତଥା ନିକଟସ୍ଥ ନୂଆପଡା ଜିଲ୍ଲା, ରାଜଖରିଆର, କଳାହାଣ୍ଡି ଜିଲ୍ଲା ନିକଟବର୍ତ୍ତି ସମସ୍ତ ଗ୍ରାମାଞ୍ଚଳର ଲୋକ ପ୍ରାୟ ୪ ଶହରୁ ୫ ଶହ ଗ୍ରାମବାସୀ ନିର୍ଭର କରୁଥିବା ବେଳେ ଏହି ଡାକ୍ତରଖାନାରେ ଡାକ୍ତର ପଦବୀ ଖାଲି ପଡିରହିଥିବା ଓ ଆବେଦନ ନିବେଦନ ସତ୍ୱେ ପଦକ୍ଷେପ ନ ନେବା ନେଇ ଆଜି ପ୍ରତିବାଦ କରାଯାଇଛି। ଟିଟିଲାଗଡ଼ ଉପଖଣ୍ଡ ବଣିକ ସଙ୍ଘ ତରଫରୁ ଆଜି ଏକ ବିରାଟ ଶୋଭାଯାତ୍ରାରେ ବିଭିନ୍ନ ସ୍ଲୋଗାନ ମନ ଦେଇ ସହର ପରିକ୍ରମା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ତେବେ ଏ ସମସ୍ତ ଖାଲିଥିବା ଡାକ୍ତର ପଦବୀ ମାନ ତୁରନ୍ତ ପୂରଣ ନ ହେଲେ ବିରାଟ ଗଣ ଆନ୍ଦୋଳନ ସହ ସମସ୍ତ ସରକାରୀ କାର୍ଯ୍ୟାଳୟ ମାନ ବନ୍ଦ କରି ରାସ୍ତାଘାଟ ବନ୍ଦ କରାଯିବା ଚେତାବନୀ ଦେଇ ପନ୍ଦର ଦିନରେ ଦାବି ପୂରଣ କରିବା ଦାବିପତ୍ର ରେ ଉଲ୍ଲେଖ ରହିଛି। ଓ ଆଗାମୀ ଦିନରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ସରକାର ହିଁ ଦାୟୀ ହେବେ ବୋଲି ସଂଘ ତରଫରୁ ସୂଚନା ଦିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top