ଜିଲ୍ଲା ପରିକ୍ରମା

ଡାକ୍ତର ପଦବୀ ପୂରଣ ଦାବିରେ ଖଡିଆଳ ଯୁବ ମୌଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର

ଖଡିଆଳ/ନୂାାପଡା-୧୭.୦୭.୧୮ (ଓଡିଆପୁଅ / ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲ୍ଲା ମୁଖ୍ୟ ସହର ଖଡିଆଳ ସ୍ଥିତ ଉପଖଣ୍ଡ ସ୍ୱାସ୍ଥ କେନ୍ଦ୍ରରେ ଡାକ୍ତର ପଦବୀ ପୂରଣ ଦାବିରେ ଖଡିଆଳ ଯୁବ ମୌଚ୍ଚା ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଶତାଧିକ ବୁଦ୍ଧିଜୀବୀ ଏକତ୍ର ହୋଇ ଖଡିଆଳ ସ୍ୱାସ୍ଥ୍ୟ କେନ୍ଦ୍ର ଦିନକୁ ଦିନ ଦୂରବସ୍ଥା ହେବାରେ ଲାଗୁଥିବା ବେଳେ ରୋଗୀମାନେ ନାହି ନଥିବା ସମସ୍ୟା ସମ୍ମୁଖିନ ହେଉଛନ୍ତି। ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ତୁରନ୍ତ ଔଷଧ ବିଶେଷଜ୍ଞ ଡାକ୍ତର ପ୍ରଦାନ କରିବାକୁ ଦାବି କରିଥିବା ବେଳେ ସପ୍ତାହକୁ ଦୁଇ ଦିନ ପାଇଁ ଜଣେ ଡାକ୍ତର ଆସି ଚିକିତ୍ସା କରିବା ବ୍ୟବସ୍ଥା କରିବୁ ବୋଲି ଜିଲ୍ଲାପାଳ ପୋମାଟୁଡୁ ପ୍ରକାଶ କରିଛନ୍ତି।ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନୂଆପଡା ଜିଲ୍ଲାର ଚାରିଗୋଟି ବ୍ଳକ ନିର୍ଭରଶୀଳ ହେଉଥିବା ବେଳେ ଦୈନିକ ୪ ଶହରୁ ଉର୍ଦ୍ଧ ରୋଗୀ ଚିକିତ୍ସିତ ହେଉଛନ୍ତି। ସେହିପରି ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୈନିକ ୧୦ରୁ ଉର୍ଦ୍ଧ ଗର୍ଭବତୀ ମହିଳାମାନେ ନିଜ ପ୍ରସବ କରୁଥିବା ବେଳେ ସେମାନଙ୍କ ସୁରକ୍ଷା ନେଇ ପୁଷ୍ଟିସାଧନ କେନ୍ଦ୍ରରେ ଭର୍ତି କରାଯାଉଛି। ଡାକ୍ତର ପଦବୀ ଖାଲି ପଡିବା ନେଇ ଆବଶ୍ୟକ ସୁବିଧା ଯୋଗାଇ ପାରୁ ନାହିଁ। ଏହି ସ୍ୱାସ୍ଥ୍ୟ କେନ୍ଦ୍ର ସମସ୍ୟାରେ ସମ୍ମୁଖିନ ହୋଇ ଖଡିଆଳବାସୀ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି।

ଆଗାମୀ କମ ଦିନ ମଧ୍ୟରେ ଡାକ୍ତର ପଦବୀ ପୂରନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି। ଏହି ପଦବୀ ପୂରଣ ନହେଲେ ଆସନ୍ତା ଏକସପ୍ତାହ ମଧ୍ୟରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଯୁବାମଞ୍ଚ ପକ୍ଷରୁ ପ୍ରକାଶ କରିଛନ୍ତି। ଏଥିରେ ବିଭିନ୍ନ ରାଜନୈତିକ ଦଳର ସଞ୍ଜୟ ତିୱାରୀ, ଅଧିରାଜ ପାଣିଗ୍ରାହୀ, ଦେବଦେବ ପ୍ରସାଦ ସିଂଦେଓ, ଡୋଲାମୋହନ ସିଂବାବୁ, ରାଜୁ ନାଇଖୋର, ସୁକେଶ ପଟ୍ଟନାୟକ ପ୍ରମୁଖ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top