ଓଡ଼ିଶା

ଡାକ୍ତର ଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

ବାରିପଦା- ୪-୧୧ (ଓଡ଼ିଆ ପୁଅ/ସନ୍ତୋଷ ବରଜ) ମୟୂରଭଞ୍ଜ ଜିଲ୍ଲା ରାଶଗୋବିନ୍ଦପୁର ବ୍ଲକ ନଳଗଜା ଗ୍ରାମ ପଞ୍ଚାୟତ ଅଧୀନ ପୋଡାପଡା ଗ୍ରାମର ଲକ୍ଷ୍ମୀଧର ପାତ୍ର(୬୦)ଗତ ସନ୍ଧ୍ୟାରେ ଡାଇରିଆ ରୋଗରେ ଆକ୍ରାନ୍ତ ହୋଇଥିଲେ। ପରିବାର ଲୋକେ ବ୍ୟସ୍ତ ହୋଇ ୧୦୮ ଆମ୍ବୁଲାସ କୁ ବାରମ୍ବାର ଯୋଗାଯୋଗ କରି ରାତି ୩.୧୫ ରେ ରାସଗୋବିନ୍ଦପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ରାତିରେ ରୋଗୀର ସ୍ତ୍ରୀ , ଭାଇ,ପୁଅ ସ୍ୱାସ୍ଥ୍ୟ କେନ୍ଦ୍ରରେ କୌଣସି ଡାକ୍ତର, ନର୍ସ କିମ୍ବା ପିୟନ କୁ ପାଇନଥିଲେ। କିଛି ସମୟ ପରେ ବେଡରେ ପିଅନକୁ ଶୋଇଥିବାର ଦେଖିବାକୁ ପାଇଥିଲେ।ପିଅନକୁ ରୋଗୀ ବିଷୟରେ କହିବାପରେ ରାତି ଡିଉଟିରେ ଥିବା ଆୟୂଷ ବିଭାଗ ର ଡାଃ ମିହିର କୁମାର ପଣ୍ଡା ଙ୍କ କ୍ବାଟରକୁ ଯାଇଥିଲେ। ରୋଗୀର ପରିବାର ଲୋକେ।ଡାଃ ପଣ୍ଡାଙ୍କୁ ପରିବାର ଲୋକେ ବାରମ୍ବାର କାକୁତିମିନତି ,ଗୋଡଧରି ମୁଣ୍ଡ ବାଡେଇ ଅନୁରୋଧ କରିବାପରେ ମଧ୍ୟ ଡାକ୍ତର ରୋଗୀ ଦେଖିବାକୁ ଆସିନଥିଲେ। ଡାଃ ପଣ୍ଡା ରୋକ୍ ଠୋକ୍ ଭାବେ ମନା କରିଦେଇଥିଲେ ଏବଂ କହିଥିଲେ ବାରିପଦା ସଦର ସ୍ବାସ୍ଥ୍ୟ କୁ ନେଇଯିବା ପାଇଁ। କିଛି ସମୟ ପରେ ନର୍ସ ରଶ୍ମୀମଣି ମହାନ୍ତ ରୋଗୀକୁ ଇଞ୍ଜେକସନ ଦେଇଥିଲେ ତାହା ପୁଣି ଡାକ୍ତର ଙ୍କ ର ବିନା ପରାମର୍ଶ ରେ। ଘଟଣା ସ୍ଥଳରେ ରୋଗୀର ପରିବାର ଲୋକେ ଅଭିଯୋଗ କରିଥିଲେ ଡାକ୍ତରଙ୍କ ବିନା ପରାମର୍ଶ ରେ କାହିଁକି ଇଞ୍ଜେକସନ ଦେଲେ ? ନର୍ସ ଙ୍କ ପ୍ରତିକ୍ରିୟା ଥିଲା ବ୍ୟସ୍ତ ହେଉଛ ଯଦି ବାରିପଦା ନେଇଯାଅ।ତେବେ ଇଞ୍ଜେକସନ ଦେବାର ଅଧ ଘଣ୍ଟା ପରେ ରୋଗୀର ମୃତ୍ୟୁ ହୋଇଥଲା।ଡାକ୍ତର ପଣ୍ଡା ସକାଳ ୫.୩୦ ରେ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସି ରୋଗୀକୁ ମୃତ୍ୟୁ ଘୋଷଣା କରିଥିଲେ।

ସମାଜରେ ଡାକ୍ତରଙ୍କ କର୍ତ୍ତବ୍ୟ କଣ ରହିଛି ? ତେବେ ଡଃ ପଣ୍ଡା ତାଙ୍କର କର୍ତ୍ତବ୍ୟକୁ ଠିକ ଭାବରେ ତୁଲାଇଥିଲେ ହୁଏତ ଲକ୍ଷ୍ମୀଧର ପାତ୍ର ନୂଆ ଜୀବନଟେ ଫେରିପାଇଥାନ୍ତେ।ଡାକ୍ତରଙ୍କୁ ଭଗବାନ ସହ ତୁଳନା କରୁଥିବା ବେଳେ ଡାକ୍ତରଙ୍କର ନଗ୍ନ ରୂପର ଉଦାହରଣ ଦେଖିବାକୁ ମିଳିଥିଲା ରାସଗୋବିନ୍ଦପୁର ସ୍ବାସ୍ଥ୍ୟ କେନ୍ଦ୍ରରେ। ରୋଗୀ ପ୍ରତି ଡଃ ପଣ୍ଡାଙ୍କର ଏହି କୁତ୍ସିତ ମନୋଭାବ ଏକ ଲଜ୍ଜାକର ଘଟଣା ଯାହାକି ଜନସାଧାରଣଙ୍କୁ ବିତ୍ସିତ କରିଛି। ତେବେ ଆମ ପ୍ରତିନିଧି ଦିନ ୧୧.୫ରେ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡଃ ସୁବାଶ ନାୟକ ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରି ବିଫଳ ହୋଇଥିଲେ।ତେବେ କାର୍ୟ୍ୟ ପ୍ରତି ଅବହେଳା କରିଥିବା ଡଃ ପଣ୍ଡା ଓ ନର୍ସ -ରଶ୍ମୀମଣି ମହାନ୍ତ ଙ୍କ ପ୍ରତି କିଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ଡଃ ସୁବାଶ ନାୟକ ତାହା ଦେଖିବାକୁ ବାକି ରହିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top