ଜିଲ୍ଲା ପରିକ୍ରମା

ଡାକ୍ତର ଙ୍କୁ ଦୁରର୍ବବ୍ୟହାର ,୯ ଜଣ ଙ୍କ ନାମରେ ମାଲଲା

ଖଡିଆଳ/ନୂଆପଡା-୦୬.୦୯.୧୮(ଓଡିଆପୁଅ/ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ଉପଖଣ୍ଡ ଚିକିସôା ଳୟ ର ଜଣେ କାର୍ଯ୍ୟରତ ଡକ୍ତର ଙ୍କୁ ଦୁର୍ବବ୍ୟହାର ପ୍ରଦର୍ଶନ କାରଯାଇଥିବା ନେଇ ଖଡିଆଳ ଥାନାରେ ଅଭିଯୋଗ ହୋଇଛି । ଏଥିରେ ୯ ରୁ ଅଧିକ ଜଣ ଙ୍କ ନାମରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ସୁଚନା ମତେ ଖଡିଆଳ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଦିନବନ୍ଧୁ ମହାନନ୍ଦ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ଭାବରେ କାର୍ଯ୍ୟକରନ୍ତି । ଗତ ୩.୯.୧୮ ତାରିଖ ଦିନ ଡାକ୍ତର ରହୁଥିବା ଚେମ୍ବର କୁ ଖଡିଆଳ ବିଜ୍ଞାପିତ ପରିଷଦ ଅଞ୍ଚଳ ର ଉପାଧକ୍ଷ ଛବିଳା ଦୀପ ସମେତ ୮ ଜଣ ଲୋକ ଯାଇ ଅଶ୍ଲିଳ ଭାଷା ରେ ଗାଳି ଗୁଳଜ କରିଥିଲେ । ପୁଣି ଛବିଳା ଦୀପ ମୁ ଜଣେ ଏନଏସି ଭାଇସ ଚ୍ୟାରମେନ ତୋର ଗୋଡହାତ ଭାଙ୍ଗିଦେବି ବୋଲି ଧମକ ଦେଇଥିଲେ । କୈାଣସି କାରଣ ନଥାଇ ଧମକ ଦେବା ଓ ଅଶ୍ଲିଳ ଭାଷାରେ ଗାଳି ଗୁଳଜ କରିବାକୁ ନେଇ ଡାକ୍ତର ଦିବନନ୍ଧୁ ମହାନନ୍ଦ ଖଡିଆଳ ଥାନାରେ ଳିଖିତ ଅଭିଯୋଗ କରିଛନ୍ତି । ଖଡିଆଳ ଥାନରେ କେଶ ୧୮୩ /୪.୯.୧୮ ଅନୁଶାରେ ଏକ କେଶ ରୁଜ୍ଜୁ ହୋଇଥିବା ଖଡିଆଳ ଥାନା ସବ ଇନିସପେକ୍ଟର ଆଦିତ୍ୟ କୁମାର ମହାକୁର ଗଣମାଧ୍ୟମ କୁ ଜଣାଇଛନ୍ତି । କେଶ ହୋଇଥିବା ୯ ଜଣ ସମେତ ଅନ୍ୟନ୍ୟ ଲୋକମାନଙ୍କୁ ଖୁବ ଶିଘ୍ର ଗିରଫ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ଏ ନେଇ ଆମେ ଛବିଳା ଦୀପ କୁ ଯୋଗାଯୋଗ କରିବାରୁ ମୁଁ ଗାଳିଗୋଲଜ କରିନାହିଁ ଭୁଲ ରିପୋଟ ଦେଉଥିବାରୁ ମୁଁ ତାଙ୍କୁ ଫୋନ ଯୋଗେ ଜଣାଇଥିଲି ବୋଲି ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top