ଓଡ଼ିଶା

ଡାକ୍ତର ଖାନାରେ ରୋଗୀ ଶୋଷଣ ନେଇ କର୍ଯ୍ୟାନୁଷ୍ଠାନ ଦାବି

ବଲାଙ୍ଗୀର ୧୭-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର, ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମେଡ଼ିକାଲ କଲେଜ ଡ଼ାକ୍ତର ଖାନାର ମାନ୍ୟତା ପ୍ରଦାନ କରାଯାଇଛି। ତେବେ ସବୁ ପ୍ରକାର ସ୍ବାସ୍ଥ୍ୟ ସେବା ଲୋକେ ପାଇବା ନେଇ ବ୍ୟାପକ ପଦକ୍ଷେପ ନିଆ ଯାଉଛି ଓ ଅନେକ କ୍ଷେତ୍ରରେ ଏ ସୁବିଧା ପାଇଁ ବ୍ୟବସ୍ଥା କରାଯାଉଥିବା ବେଳେ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ ଚାଲିଛି ଓ ଦୂରଦୂରାନ୍ତରୁ ଲୋକେ ଆସୁ ଥିବା ବେଳେ ଏଠାକାର କର୍ମଚାରୀ ନା ନା ଆଳରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଶୋଷଣ କରିବା ସହ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଆସୁଛି। ଭର୍ତି ରୋଗୀଙ୍କ ଆତ୍ମୀୟ ଠାରୁ ଇଂଜେକସନ ସାଲାଇନ ମାନ ଦେବା ନିମନ୍ତେ ନର୍ସ ଓ କର୍ମଚାରୀ ଅର୍ଥ ଦାବି କରି ନେବା ନଚେତ ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଆସୁଛି। ଏପରିକି ଡ଼ାକ୍ତର ଖାନାର କେତେକ ବିଶେଷଜ୍ଞ ଡାକ୍ତର ମlନେ ଅସ୍ତ୍ରୋପଚାର ପାଇଁ କର୍ମଚାରୀଙ୍କ ଜରିଆରେ ନିକଟସ୍ଥ କେତେକ ଔଷଧ ଦୋକାନ ଓ କ୍ଲିନିକକୁ ଡକେଇ ଅର୍ଥ ଦାବି କରି ନେଇଥାନ୍ତି। ଧନୀ, ଗରିବ ଯିଏ ହେଉନା କାହିଁକି ଟଙ୍କା ମୂଲ ଚାଲ କରିବା ପରେ ହିଁ ରୋଗୀ ସେବା ଲାଭ କରେ। ନଚେତ ଦିନ ଦିନ ଧରି ରୋଗୀ ବିଛଣାରେ ପଡିବା ସାର ହୋଇଥାଏ। ସେହିପରି ସବୁ ପ୍ରକାର ଔଷଧ ଇଂଜେକସନ ନିରାମୟ ଯୋଜନା ଅନୁଯାୟୀ ପାଇବା ବଦଳରେ ଦୋକାନ ରୁ ବାଧ୍ୟ ହୋଇ କିଣିବା ସାର ହୋଇଥାଏ, ଯାହାକି ଗରିବ ରୋଗୀ ଙ୍କ ପକ୍ଷେ କଷ୍ଟକର ହୋଇପଡି ଥାଏ ଓ ଡାକ୍ତର ବି ଲେଖିବା ସହ ନିର୍ଦିଷ୍ଟ ଦୋକାନ ରୁ କିଣିବାକୁ କହିବା ଶହ ବିଭିନ୍ନ ପ୍ରକାରର ପରୀକ୍ଷା କେତେକ ନିର୍ଦ୍ଦିଷ୍ଟ କ୍ଲିନିକ ରେ କରିବାକୁ କହିଥାନ୍ତି। ନଚେତ ଅନ୍ୟ ଯାଗାରେ ଉକ୍ତ ପରୀକ୍ଷା କଲା ରିପୋର୍ଟ ଫେରାଇ ପୁନଃ ପରୀକ୍ଷା କରିବାକୁ କହିଥାନ୍ତି। ସାଧାରଣ ରୋଗୀ ଙ୍କ ସରଳତା ର ସୁଯୋଗ ନେଇ ଏ ଅର୍ଥ ଆଦାୟ କରାଯିବl ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଏ ଦିଗରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top