ଓଡ଼ିଶା

ଡାକ୍ତର ଖାନାରେ ଡାକ୍ତର ନ ଥିବାରୁ ସ୍ୱାସ୍ଥ୍ୟସେବା ବ୍ୟାହତ ସେବା ପାଇବାରୁ ବଂଚିତ ହେଲେ ଗୁରୁତର ହୋଇ ଆସିଥିବା ରୋଗୀ

ତୁରୁମୁଙ୍ଗା ୫-୧ (ଓଡ଼ିଆ ପୁଅ) ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ ହେଉ ଅବା ସହର ଠାରୁ ଗାଁ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହିତ ସ୍ୱାସ୍ଥ୍ୟ ସେବା ପାଇଁ ବିଭିନ୍ନ ଯୋଜନାର ପ୍ରଣୟନର ଡିଣ୍ଡିମ ପିଟୁଛନ୍ତି ସରକାର। ହେଲେ ଆଦିବାସୀ ଅଧ୍ୟୁସିତ କେନ୍ଦୁଝର ଜିଲ୍ଲା ସରକାରୀ ସ୍ୱାସ୍ଥ୍ୟସେବା ଫେଲ ମାରିଛି।ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ରେ ଥିବା ରାଜନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ଆଜି ସ୍ୱାସ୍ଥ୍ୟ ସେବା ବ୍ୟାହତ ହୋଇ ଥିବା ଦିନ ସାରା ସାଧାରଣ ରେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଥିଲା। ସମୟ ସକାଳ ପ୍ରାୟ ୯ ଟା ଠାରୁ ଦିନ ୧ ଟା ପର୍ଯ୍ୟନ୍ତ ଡାକ୍ତର କିମ୍ବା ଫାର୍ମାସିଷ୍ଟଙ୍କ ଦେଖା ଦର୍ଶନ ମିଳିନଥିଲା। ଫଳରେ ରାଜନଗର ଗ୍ରାମର ମଝି ସାହିର ବାସିନ୍ଦା ବାହାଦୁଲା ନାଏକ ୪୫ ଗୁରୁତର ହୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚି ଥିଲେ ହେଁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ କୌଣସି ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଦେଖା ମିଳି ନଥିଲା ଫଳରେ କିଛି ସମୟ ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଟେଣ୍ଡାଣ୍ଟ ଓ ଷ୍ଟାଫ ନର୍ସଙ୍କ ସହଯୋଗରେ ବହାଦୁଲାଙ୍କୁ ସାଲାଇନ ଲଗାଯାଇଥିଲା। ଏ ସମ୍ପର୍କରେ ପ୍ରକୃତ କଥା ଜାଣିବା ପାଇଁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡ଼ଃ ପୁରୁଷତ୍ତମ ମହାନ୍ତଙ୍କୁ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କବିନ୍ଦ୍ର ପ୍ରସାଦ ସାହୁଙ୍କୁ ଯୋଗାଯୋଗ କରାଯାଇ ଥିଲେ ମଧ୍ୟ କୌଣସି ଫୋନ ଉଠାଇ ନଥିଲେ। ସ୍ଥାନୀୟ ଡାକ୍ତର ରୁଦ୍ର ପ୍ରସନ୍ନ ରାୟଙ୍କୁ ଫୋନ ଯୋଗେ ପଚାରିବାରୁ ସେ ଛୁଟିରେ ଥିବା ସୂଚନା ଦେଇଛନ୍ତି। ଫାର୍ମାସିଷ୍ଟ କିରାନିକର ମହାନ୍ତ ସ୍ୱାସ୍ଥ୍ୟଗତ କାରଣରୁ କଟକ ଯାଇଥିବାବେଳେ ଆୟୁଷ ଡ଼ଃ ସଂଘମିତ୍ରା ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା ଏହି ଘଟଣାକୁ ଦୃଷ୍ଟି କୁ ନେଇ ଅନୁପସ୍ଥିତ ଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top