ଜିଲ୍ଲା ପରିକ୍ରମା

ଡାକ୍ତରଙ୍କ ଅଭାବ ମିଳୁନି ସ୍ୱାସ୍ଥ୍ୟସେବା, ଅଭିଯୋଗ ଆଣିଲା ସଚେତନ ନାଗରିକ ମଞ୍ଚ

ପୁରୀ:୧୪/୬(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଯୋଗୁ ସଦର ମୁଖ୍ୟ ଚିକିତ୍ସାଳୟରେ ଲୋକମାନେ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ଆଣିଛି ସଚେତନ ନାଗରିକ ମଞ୍ଚ ଓ ୱାଲ୍ଡ ହ୍ୟୁମାନ ରାଇର୍ଟସ ପ୍ରୋଟେକ୍ସନ ଆସେିଏସନ। ୟୁଥ୍ ହଷ୍ଟେଲ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ସଭାପତି ପ୍ରସନ୍ନ ଦାସ ଓ ଅଶୋକ କୁମାର ଆଢ଼୍ୟ ପ୍ରମୁଖ ସୂଚନା ଦେଇ କହିଲେ ଚିକିତ୍ସାଳୟର ୬୩ଜଣ ଡାକ୍ତରଙ୍କ ମଧ୍ୟରୁ ୨୪ଜଣ ନଥିବା ବେଳେ ମେଡିସିନ୍, ଅସ୍ତି ସଲ୍ୟ ଓ ନିଷ୍ପେତକ ପଦବୀ ମଧ୍ୟ ଖାଲି ପଡିଛି। ସେହିଭଳି ୨୫ଜଣ ଷ୍ଟାଫ୍ ନର୍ସମାନଙ୍କ ମଧ୍ୟରୁ ୧୫ଜଣ କାର୍ଯ୍ୟ କରୁଥିବା ବେଳେ ଅନେକ ପଦବୀରେ ଷ୍ଟାପ୍ ନଥିବାରୁ ଲୋକମାନେ ଠିକ୍ଭାବେ ସ୍ୱାସ୍ଥ୍ୟ ସେବା ପାଇପାରୁ ନାହାନ୍ତିଁ। ଡାକ୍ତରଖାନାରୁ ଏମ୍ଆରଆଇ ସିଟି ସ୍କାନ ଆରମ୍ଭ କରାଯାଇଥିବା ବେଳେ ଆଉଟ ଡୋର ରୋଗୀମାନେ ଏହାର ସୁବିଧା ପାଇପାରୁ ନାହାନ୍ତି। ଏହାକୁ ନେଇ ରାଜ୍ୟ ମାନବିକତା କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଛି। ୨ ସପ୍ତାହ ମଧ୍ୟରେ ଆଉଟଡୋର ରୋଗୀଙ୍କୁ ଏମ୍ଆରଆଇ ଓ ସିଟି ସ୍କାନ ସୁବିଧା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ମେଡିକାଲଙ୍କୁ ନିର୍ଦ୍ଦେଶ ନଦେଲେ ମେଡିକାଲ ସମ୍ମୁଖରେ ଆମରଣ ଅନଶନ କରାଯିବ ବୋଲି ମଞ୍ଚ ଚେତାବନୀ ଦେଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top