ଓଡ଼ିଶା

ଡାକ୍ତରଖାନା ପରିସରରୁ ୧୯ ହଜାର ଲୁଟିନେଲେ ଦୁବୃତ୍ତ

ଯାଜପୁର,(ଓଡିଆପୁଅ/ମାନସ ରାଉତ):ବଡଚଣା ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପୁରାପୁରି ବିପର୍ଯ୍ୟସ୍ତ ହୋଇପଡିଛି । ଥାନାଠାରୁ ମାତ୍ର ୩୦୦ ମିଟର ଦୂର ଜନଗହିଳି ପୁର୍ଣ୍ଣ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ ଏକ ନାଲି ପଲସରରରେ ଦୁଇ ଜଣ ଦୁବୃର୍ତ୍ତ ଆସି ଜଣେ ଓøଷଧ ବ୍ୟବସାୟୀଙ୍କ ମଟରସାଇକଲ ଡିକିରୁ ୧୯ହଜାର ୫ଶହ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି । ଧର୍ମଶାଳା ଥାନା ଅନ୍ତର୍ଗତ ଉତ୍ତରଶାସନ ଗ୍ରାମର ବିରଞ୍ଚିନାରାୟଣ ଦାଶ ଜଣେ ଓøଷଧ ବ୍ୟବସାୟୀ । ସୋମବାର ବିରଞ୍ଚି ନିଜ ବାଇକ ଯୋଗେ ଚଣ୍ଡିଖୋଲ ଓ ବଡଚଣା ଅଞ୍ଚଳର ବିଭିନ୍ନ ଔଷଧ ଦୋକାନରୁ ବକେୟା ଟଙ୍କା ଆଦାୟ କରି ମଟରସାଇକଲ ଡିକିରେ ରଖିଥିଲେ । ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ତ୍ରିନାଥ ଓøଷଧ ଦୋକାନ ସମ୍ମୁଖରେ ବିରଞ୍ଚି ମଟରସାଇକଲ ରଖି ନିକଟସ୍ଥ ଦୋକାନରୁ ବକେୟା ଅର୍ଥ ଆଦାୟ କରିବାକୁ ଯାଇଥିବା ବେଳେ ହଠାତ ଗୋଟିଏ ନାଲି ପଲସରରେ ଦୁଇଜଣ ଦୁବୃତ୍ତ ଡିକିଭାଙ୍ଗି ସେଥିରେ ଥିବା ୧୯୫୦୦ ଟଙ୍କା ଓ କେତେକ ଦରକାରୀ କାଗଜପତ୍ର ଲୁଟିନେଇ ଚମ୍ପଟ ମାରିଥିଲେ । ଏନେଇ ବିରଞ୍ଚି ବଡଚଣା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ଦାୟର କରି ତଦନ୍ତ ଚଳାଇଛି । ପ୍ରକାଶଥାଉକି ଗତ କିଛିଦିନ ହେବ ବଡଚଣା ଅଞ୍ଚଳରେ ଚୋରି,ଲୁଟ,ରାହାଜାନୀ ଭଳି ଅନେକ ଘଟଣା ଘଟୁଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଠାବ କରିବାରେ ପୁଲିସ ବିଫଳ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top