ଡାକସେବା ବାଧାପ୍ରାପ୍ତ ଗ୍ରାହକ ହନ୍ତସନ୍ତ

ଖଇରା, ୮/୩/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)- ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରା ବଜାର ସ୍ଥିତ ଉପଡାକଘରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଆଜକୁ ୩ ମାସରୁ ଉର୍ଦ୍ଧହେବ ଉପଭୋକ୍ତା ମାନଙ୍କ ମଧ୍ୟରେ ଲାଗି ରହିଛି ପ୍ରବଳ ଅସନ୍ତୋଷ। ଡାକ ବ୍ୟବସ୍ଥାର ସୁଧାର ଆଣିବା, ସହଜ ସରଳିକରଣ କରି ତୁରନ୍ତ ଉପଭୋକ୍ତା ମାନଙ୍କୁ ସେବା ପ୍ରଦାନ ପାଇଁ ଭାରତ ସରକାର ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କିନ୍ତୁ ସରକାରଙ୍କ ସମସ୍ତ ପ୍ରକାର ପଦକ୍ଷେପ ଏହି କେନ୍ଦ୍ରରେ ଫେଲମାରିଛି। ସେବା ପରିବର୍ତ୍ତେ କଷ୍ଟ ଦିଆଚାଲିଛି। ଦୈ÷ନଦିନ ଉପଭୋକ୍ତାମାନେ ଏହି କେନ୍ଦ୍ରକୁ ଆସି ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ନେଟ୍ ସେବା ଓ ପ୍ରିଣ୍ଟିଙ୍ଗ ମେସିନ ଠିକ୍ ନ ଥିବାର ଉପଭୋକ୍ତାମାନେ ପ୍ରକାଶ କରିଛନ୍ତି। ଏହା ଦ୍ୱାରା ଟଙ୍କା ଉଠାଣ ଓ ଡିପୋଜିଟ୍ ରେ ଉପଭୋକ୍ତାମାନଙ୍କୁ ବହୁ ଅସୁବିଧା ଭୋଗିବାକୁ ପଡୁଛି। ଏ ବିଷୟରେ ପୋଷ୍ଟମାଷ୍ଟର ମୁରଲିଧର ବେହେରାଙ୍କୁ ପଚାରିବାରୁ ଇଣ୍ଟରନେଟ ରହୁନଥିବାବେଳେ ପ୍ରିଣ୍ଟିଂମେସିନଟି ଖରାପ ହୋଇପଡି ଥିବାରୁ ଉପଭୋକ୍ତାମାନେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ପ୍ରକାଶ କରିଛନ୍ତି। ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଆସୁଥିଲେ ମଧ୍ୟ ଠିକ୍ ହୋଇପାରୁ ନଥିବାରୁ ଆମ୍ଭେ ମଧ୍ୟ ସେଥିପାଇଁ ଦୁଃଖିତ ବୋଲି ପ୍ରକାଶ କରିଥିଲେ। ତୁରନ୍ତ ସମସ୍ୟାର ସମାଧାନ ପାଇଁ ଉପଭୋକ୍ତା ତଥା ଅଂଚଳବାସୀଙ୍କ ତରଫରୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *