ଓଡ଼ିଶା

ଡମ୍ପର ଧକ୍କାରେ ଶ୍ରମିକ ମୃତ, ଚାଳକ ଫେରାର

ରାଉରକେଲା ୧୦-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର) : କୋଇଡ଼ା ସ୍ଥିତ ଏରିୟନ ଲୁହା ଖଣିର ୧ ନଂ ଗେଟ ନିକଟରେ ଡମ୍ପର ଧକ୍କାରେ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଶିବାଜୀ ଚରଣ ପାତ୍ର। ଦୁର୍ଘଟଣା ପରେ ଡମ୍ପର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ, କୋଇଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣା ଘଟାଇଥିବା ଡମ୍ପରକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।

ମିଳିଥିବା ସୂଚନାଅନୁଯାୟୀ, କୋଇଡ଼ା ସ୍ଥିତ ଏରିୟନ ମାଇନିଂ ଆଣ୍ଡ ଟ୍ରେଡ଼ିଂ କମ୍ପାନୀରେ ମେକାନିକ ଭାବେ କାର୍ଯ୍ୟରତ ଶିବାଜୀ ଚରଣ ପାତ୍ର ଗତକାଲି ନିଜର ଡ୍ୟୁଟି ସାରି ସଂଧ୍ୟାରେ ଘରକୁ ଫେରୁଥିବା ବେଳେ, ଖଣିର ୧ ନଂ ଗେଟ ନିକଟରେ ଏକ ଡମ୍ପର ( ନଂ ଓଡ଼ି ୧୪ଏମ୭୭୧୮) ଲୁହାପଥର ଲୋଡ଼ିଂ ନିମନ୍ତେ ଭିତରକୁ ଯାଉଥିଲା। ଗାଡ଼ିକୁ ବେପରୁଆ ଭାବେ ଚାଳକ ପଛକୁ ନେଉଥିବା ବେଳେ, ଶିବାଜୀଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ଶିବାଜୀ ଗୁରୁତର ହୋଇ ଅଚେତ ହୋଇଯିବାରୁ ତ୍ରୀବେଣୀ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ତୁରନ୍ତ ଯୋଡ଼ା ସ୍ଥିତ ଟାଟା ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତି କରିଥିଲେ। ମାତ୍ର ଆଜି ଚିକିତ୍ସାଧୀନ ଅବସ୍ଥାରେ ଶ୍ରମିକ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ଶ୍ରମିକଙ୍କ ମୃତ୍ୟୁପରେ ଶ୍ରମିକ ମହଲରେ ଉତେଜନା ପ୍ରକାଶ ପାଇଥିଲା। କୋଇଡ଼ା ଥାନାଧିକାରୀ ସୁଶାନ୍ତ ଦାଶ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ଥାନାରେ ରୁଜୁ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top