ଡମ୍ପର ଧକ୍କାରେ ବାଇକ୍ ଆରୋହୀ ମୃତ; କ୍ଷତିପୂରଣ ଦାବିରେ ରାସ୍ତାରୋକ

ତାଳଚେର, ୨୭/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ଚାଳଗଡ଼ ରାସ୍ତାରେ ରବିବାର ମଧ୍ୟାହ୍ନରେ ଏକ ଡମ୍ପର ବାଇକକୁ ଧକ୍କା ଦେବା ଫଳରେ ବାଇକ ଆରୋହୀ ଜଣକ ଶୋଚନୀୟ ଭାବେ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ଢେଙ୍କାନାଳ ଜିଲ୍ଲା ତୁମୁସିଂହା ଥାନା ଅନ୍ତର୍ଗତ କଂଟାପାଳ ଗ୍ରାମର ମାଗୁଣି ବେହେରାଙ୍କ ପୁତ୍ର ରାଜେନ୍ଦ୍ର ବେହେରା(୩୫)ବୋଲି ଜଣାପଡ଼ିଛି। ଖବରରୁ ପ୍ରକାଶ, ରାଜେନ୍ଦ୍ର ଅନୁଗୋଳରୁ ପରିବା ବିକି ନିଜ ଓଆର-୧୯ଇ-୨୯୬୭ ନଂ ବିଶିଷ୍ଟ ମୋଟର ସାଇକେଲ ଯୋଗେ ତାଳଚେର ଅଭିମୂଖେ ଫେରୁଥିବା ବେଳେ ଦିନ ପ୍ରାୟ ୧.୩୦ ମିନିଟ୍ ରେ ଚାଳଗଡ଼ ଠାରେ ଥିବା ଏକ ବୁଲାଣିଠାରେ ହଠାତ ଏକ ମାଟି ବୋଝେଇ କରିବାକୁ ଯାଉଥିବା ଡମ୍ପର (ଓଆର-୦୨ବି.ଜେ-୭୫୦୮) ବାଇକ୍ କୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା। ରାଜେନ୍ଦ୍ର ଏବଂ ତାଙ୍କ ବାଇକଟି ଡମ୍ପର ଚକାତଳେ ରହିଯିବାରୁ ଚାପି ହୋଇ ଯାଇଥିଲେ। ଫଳରେ ଘଟଣାସ୍ଥଳରେ ସେ ପ୍ରାଣ ହରାଇଥିଲେ। ଏହା ଜାଣିପାରି ଡମ୍ଫର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏହାପରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଉତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରକୁ ଉଚିତ୍ କ୍ଷତିପୂରଣ ଦାବିରେ ଦୀର୍ଘ ଘଂଟାକାଳ ରାସ୍ତାରୋକ କରା ଯାଇଥିଲା। କୋଲିୟରୀ ପୋଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାଶୁଝା କରିବାସହ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *