ଓଡ଼ିଶା

ଡବୱେଲରେ ପଡି ୭୦ ବର୍ଷରୁ ଉର୍ଦ୍ଧ ବୃଦ୍ଧଙ୍କ ମୃତ୍ୟୁ

ଖଇରା, ୭/୫ (ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ଥାନା ଗଡପୋଖରୀ ଗ୍ରାମର ବୁଦ୍ଧଦେବ ଯେନାଙ୍କର ଗତ କାଲି ବିଳମ୍ବିତ ରାତ୍ରୀରେ ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କର ବୟସ ପ୍ରାୟ ୭୦ ରୁ ଉର୍ଦ୍ଧ ହୋଇଥିବାବେଳେ ସେ ଜଣେ ଅନ୍ଧ, ମୂକ ଓ ବଧିର ବୋଲି ପଡିଶା ଲୋକମାନଙ୍କ ଠାରୁ ଯାହା ଜଣା ପଡିଛି। ଶ୍ରୀ ଯେନା ଜଣେ ଗରିବ ନିସଃହାୟ ବୃଦ୍ଧ ଅଟନ୍ତି। ପରିବାର ବୋଲି କହିଲେ କେହି ନାହାଁନ୍ତି। ଗତକାଲି ରାତ୍ରୀରେ ଘର ବାହାରେ ଖଟିଆରେ ଶୋଇଥିଲେ। ପଡିଶା ଲୋକ ରବିନ୍ଦ୍ର ଯେନା ରାତ୍ରୀରେ ପରିଶ୍ରା କରିବା ପାଇଁ ବାହାରକୁ ଉଠି ଦେଖିବାକୁ ପାଇଥିଲେ ଯେ ବୁଦ୍ଧଦେବ ଖଟିଆରେ ନାହାଁନ୍ତି। ସଂଗେ ସଂଗେ ଅନ୍ୟ ପଡିଶା ଲୋକ ମାନଙ୍କୁ ଡାକ ପକାଇଥିଲେ। ତାଙ୍କର ଡାକ ଶୁଣି ପଡିଶା ଲୋକେ ଉଠି ବହୁ ଖୋଜାଖୋଜି କରି ପାଇନଥିଲେ। ଶେଷରେ କେହି ଜଣେ ପଡିଶା ଲୋକ ଦେଖିବାକୁ ପାଇଥିଲେ ଯେ ଶ୍ରୀ ଦାସ ଯେଉଁ ବାଡିଟି ଧରି ଚାଲନ୍ତି ସେହି ବାଡିଟି ପାଖରେ ଥିବା ଡବୱେଲ ପାଖରେ ପଡିଥିବାରୁ ସନ୍ଦେହ ହେବାରୁ ଖଇରା ଦମକଳ ବାହିନୀକୁ ଖବର ଦେଇ ଥିଲେ। ଖବର ପାଇ ସଂଗେ ସଂଗେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଡବୱେଲ ଭିତରୁ ବୁଦ୍ଧଦେବକୁ ଉଦ୍ଧାର କରିଥିଲେ। ଖବର ପାଇ ଥାନା ଏସଆଇ ଶ୍ୟାମସୁନ୍ଦର ବିନ୍ଧାଣି ଘଟଣାର ସ୍ଥଳରେ ପହଞ୍ଚି ଶବ ଜବଦ କରିବା ସହିତ ୭/୧୮ମୁଳେ ଏକ ଅପମୃତ୍ୟୁ କେସ ରୁଜୁ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top