ଡଗର ଢମାଳୀ

– ରୀତାରାଣୀ ଦାସ

ଯୁଗ ଯୁଗ ପାଇଁ ବନ୍ଧା ପଡିଯାଇଥିବା
ସରଳ,ନିଷ୍ପାପ ଜୀବନର ବର୍ଣ୍ଣବୋଧ
ମାନବିକତାରେ ଭରା ପୂର୍ଣ୍ଣିମାର ଜହ୍ନ
ଆଜି କ୍ଷତ,ବିକ୍ଷତ,ବିବର୍ଣ୍ଣ ରାହୁ କବଳରେ
ବର୍ବର ମାନଙ୍କ ଅତ୍ୟାଚାରରେ ଜର୍ଜରିତ । ୧ ।
ଧ୍ରୁତରାଷ୍ଟ୍ର ଅବା ଜୟଚନ୍ଦ୍ରଙ୍କ ଦୁର୍ବିସହ ଦମ୍ଭେ
ହଜିଯାଏ,ଲିଭିଯାଏ ଶୀତଳ ସାନ୍ତ୍ୱନା
ଯେତେସବୁ ଦୀନତା,ହୀନତା,ଗଞ୍ଜଣା
ସଂଚରିଯାଏ ଘୂଣପୋକ ପରି ସର୍ବାଙ୍ଗେ
ଉଭେଇଯାଏ ତୁଳସୀ ସ୍ତବକ ପରି ମହକ । ୨ ।
ତ୍ୟାଗ,ନିଷ୍ଠା,କୃତୀ,କୃତିତ୍ୱର ଉପଲବ୍ଧି
ଅପ୍ରତ୍ୟାଶିତ ଆତ୍ମଗ୍ଳାନିରେ ବିଜଡିତ
ଦହଗଞ୍ଜିଆ,ହତାଶିଆ ବସ୍ତାନି ବୋଝରେ
ଜାଗରିତ ସ୍ୱପ୍ନଗୁଡା ଦିଶେ ପାଣ୍ଡୁବର୍ଣ୍ଣ
ଅସ୍ପଷ୍ଟ ରଣଢକ୍କା,ପରାହତ ଗୁଣୀର ଗୁରୁତ୍ୱ । ୩ ।

ଶିକ୍ଷୟତ୍ରୀ,ଧୋବାଗଡିଆ ପ୍ରାଥମିକ ବିଦ୍ୟାଳୟ,ଖଇରା ବ୍ଲକ,ବାଲେଶ୍ୱର

Leave a Reply

Your email address will not be published. Required fields are marked *