ଡକ୍ଟର ଶରତ ଚନ୍ଦ୍ର ମିଶ୍ର ପାଇବେ ‘ଗ୍ଲୋରୀ ଅଫ୍ ଇଣ୍ଡିଆ’ ସମ୍ମାନ

ଭୁବନେଶ୍ୱର ୧୩-୨ (ଓଡ଼ିଆ ପୁଅ): ଡ. ଶଣତ ଚନ୍ଦ୍ର ମିଶ୍ର ପାଇବେ ‘ଗ୍ଲୋରୀ ଅଫ୍ ଇଣ୍ଡିଆ’ ସମ୍ମାନଜନକ ସମ୍ମାନ। ଇଣ୍ଡିଆ ଇଣ୍ଟର ନ୍ୟାସନାଲ ଫ୍ରେଣ୍ଡସିପ୍ ସୋସାଇଟ୍ ପକ୍ଷରୁ ମେ ୪ରେ ବ୍ୟାଙ୍କକ୍ ର ହୋଟେଲ ହଲିଡେ ଇନ୍ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଛି। ଏହା ବ୍ୟାଙ୍କକ୍ ଠାରେ ଥିବା ଏକ ପଞ୍ଚତାରକା ହୋଟେଲରେ ଏକ ବଢ଼ାର୍ଣ୍ଣ ପରିବେଶରେ ଥାଇଲାଣ୍ଡରେ ପୂର୍ବତନ ଉପପ୍ରଧାନ ମନ୍ତ୍ରୀ ଏଚଇକୋମ୍ ଦବର୍ଣ୍ଣସୀ ଶ୍ରୀ ମିଶ୍ରଙ୍କୁ ପ୍ରଦାନ କରିବେ। ଏହି ଉତ୍ସବର ଉଦ୍ଦେଶ୍ୟ ବର୍ତ୍ତମାନ ଭାରତ ଓ ଥାଇଲାଣ୍ଡର ବନ୍ଧୁତ୍ୱକୁ ନିବିଡ କରିବା ଏବଂ ଭବିଷ୍ୟତରେ ଏହାକୁ ଜାରି ରଖିବା। ସୂଚନାଯୋଗ୍ୟ, ଶ୍ରୀ ମିଶ୍ର ସାମାଜିକ ଓ ଅର୍ଥନୈତିକସ୍ତରରେ ନିଜର ଉତ୍ତମ କାର୍ଯ୍ୟ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭାରତୀୟ ପ୍ରତିଯୋଗୀଙ୍କ ମଧ୍ୟରେ ସେ ଜଣେ କର୍ମବୀର ଓ ସାଧକସ୍ୱରୂପ କାର୍ଯ୍ୟ କରିଛନ୍ତି। ଭାରତ ଓ ଥାଇଲାଣ୍ଡର ବନ୍ଧୁତ୍ୱକୁ ମଜବୁତ୍ କରିବାକୁ ଭାରତୀୟ ପ୍ରୋଜେକ୍ଟରେ ବୈଦେଶିକ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିଛନ୍ତି। ଏବଂ ଭାରତର ଅଥନୈତିକ ପ୍ରଗତିରେ ସହାୟ ହୋଇପାରିଛନ୍ତି। ଆୟୋଜମାନେ ଜଣାଇଛନ୍ତି ଯେ, ଡ. ମିଶ୍ର ଜଣେ କର୍ମବୀର ଓ ସାଧକ ସ୍ୱରୁପ ଭାବେ ରୋଗୀସେବାରେ ନିଜକୁ ନିୟୋଜିତ କରିଛନ୍ତି।

Leave a Reply

Your email address will not be published. Required fields are marked *