ମୋରଡ଼ା ଥାନା ଅଞ୍ଚଳରେ ଦିନକୁଦିନ ବଢିଚାଲିଛି ଛିନତାଇ ଓ ଡକାୟତି ଘଟଣା

ବାରିପଦା-୭/୯ (ଓଡ଼ିଆପୁଅ /ସନ୍ତୋଷ ବରଜ)ମୋରଡ଼ା ଥାନା ଅଞ୍ଚଳରେ ଦିନକୁଦିନ ବଢିଚାଲିଛି ଛିନତାଇ ଓ ଡକାୟତି ଘଟଣା। ଦିନ ଦ୍ୱିପ୍ରହର ରେ ଲୁଟୁଚନ୍ତି ଲୁଟେରା। ଅପରାଧୀ ଲୁଟେରାଙ୍କୁ ଧରିବାରେ ବିଫଳତାକୁ ନେଇ ଚର୍ଚ୍ଚାରେ ପୁଲିସ। ଅନ୍ୟପଟେ ରାସ୍ତା ଘାଟରେ ସୁରକ୍ଷାକୁ ନେଇ ସାଧାରଣ ଲୋକଙ୍କ ମନରେ ଆତଂକ ଖେଳିଯାଇଛି। ଏଭଳି ଏକ ଅଭିନବ ଲୁଟଘଟଣା ଆଜି ଅପରାହ୍ନରେ ମୟୁରଭଞ୍ଜ ଜିଲ୍ଲାର ମୋରଡ଼ା ଥାନା ଅନ୍ତର୍ଗତ ପାଞ୍ଚଭାୟା ଶାଳ ଜଙ୍ଗଲରେ ଘଟିଯାଇସି। ଏହି ଥାନା ପାଞ୍ଚଭାୟା ଗ୍ରାମର ପିରେଶ୍ବର ମହାନ୍ତ ବଳଦ କିଣିବା ପାଇଁ ଯାଇଥିଲେ ଉଦଳା ହାଟ। ସାଙ୍ଗରେ ନେଇଥିଲେ ୫୩ହଜାର ଟଙ୍କା। ହାଟରୁ ବଳଦ କିଣି ଏକ ଟାଟାଏସି ଗାଡ଼ିରେ ନେଇ ଫେରୁଥିଲେ ନିଜ ଘର ପାଞ୍ଚଭାୟା। ବଳକା ହୋଇଥିବା ୧୪ହଜାର ୫ଶହ ଟଙ୍କା ଥିଲା ତାଙ୍କ ପକେଟରେ। ତେବେ ଘରକୁ ଯାଇଥିବା ଜଙ୍ଗଲ ବାଟରେ ଯାଉଥିଲା ବେଳେ ବାଇକରେ ୩ଜଣ ଦୁର୍ବୃତ୍ତ ଆସି ଗାଡି ଅଟକାଇ ଟଙ୍କା ମାଗିଥିଲେ। ଟଙ୍କା ନ ଦେବାରୁ ଦୁର୍ବୃତ୍ତ ମାନେ ପିରେଶ୍ବର କୁ ଆକ୍ରମଣ କରିଥିଲେ। ଦୁର୍ବୃତ୍ତ ୩ଜଣଙ୍କ ଆକ୍ରମଣରେ ଲହୁଲୁହାନ ହୋଇଥିଲେ ପିରେଶ୍ବର। ଆଉ ଦୁର୍ବୃତ୍ତ ମାନେ ପିରେଶ୍ବର ଠାରୁ ୧୪ହଜାର ୫ଶହ ନଗଦ ଟଙ୍କା ସହିତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ନେଇ ଚମ୍ପଟ ମାରିଥିଲେ। ପରେ ଖବର ପାଇ ଗାଁ ଲୋକେ ଘଟଣାସ୍ଥଳରେ ପହଂଚି ଗୁରୁତ୍ତର ଅବସ୍ଥାରେ ପିରେଶ୍ବରକୁ ଉଦ୍ଧାର କରି ମୋରଡ଼ା ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ। ପରେ ପିରେଶ୍ବର ଚିତ୍ରଡା ଫାଣ୍ଡିରେ ଅଭିଯୋଗ କରି ଦୁର୍ବୃତ୍ତ ମାନଙ୍କୁ ଚିହ୍ନି ଥିବା ପୁଲିସକୁ କହିଥିଲେ। ଅଭିଯୋଗ ଭିତ୍ତିରେ ତଦନ୍ତ କରି ୩ଜଣଙ୍କ ମଧ୍ୟରୁ ଜଣକୁ ପୁଲିସ ଧରିବାରେ ସଫଳ ହୋଇଥିବା ଅନ୍ୟ ୨ଜଣ ଫେରାର ରହିଥିବା ପୁଲିସ ସୂତ୍ରରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *