ଡଅଁରା ପଂଚାୟତରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ତାଳଚେର, ୨୨/୧୦(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ରବିବାର ଦିନ ଡଅଁରା ଗ୍ରାମ ପଂଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏଥିରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ତାଳଚେର ପାଇଁ ନିଯୁକ୍ତ ଦଳୀୟ ପର୍ଯ୍ୟବେକ୍ଷିକା ସାଗରିକା ମିଶ୍ର, ତାଳଚେର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ଛେଣ୍ଡିପଦା ବ୍ଲକର ପର୍ଯ୍ୟବେକ୍ଷକ ମାନସ ରଞ୍ଜନ ଆଚାର୍ଯ୍ୟ, ବ୍ଲକ ସଭାପତି ନିରଞ୍ଜନ ପ୍ରଧାନ, ସାଧାରଣ ସମ୍ପାଦକ ବିଜୟ ବିଶ୍ୱାଳ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ମୂରଲୀଧର ସାହୁ, ୧୯ନଂ ଜିଲ୍ଲା ପରିଷଦ ସଦସ୍ୟା ଅନୁପମା ପ୍ରଧାନ, ନାରୀନେତ୍ରୀ ମେନକା ବେହେରା, ବ୍ଲକ ମହିଳା ସଭା ନେତ୍ରୀ ସେଫାଳୀ ବଳ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଦିଲ୍ଲୀପ ପ୍ରଧାନ, ଶ୍ରମିକ ନେତା ସଞ୍ଜୟ ସାହୁ, ମୁନା ବିଶ୍ୱାଳ, ଗୋବରା ଗ୍ରାମ ପଂଚାୟତର ସମିତି ସଭ୍ୟ ସଞ୍ଜୟ ମହାଳିକ, ବନ୍ତୋଲ ଗ୍ରାମ ପଂଚାୟତର ସରପଂଚ ଅବନୀ କାନ୍ତ ଦେହୁରୀ, ସମିତି ସଭ୍ୟ ଦୋଳ ଗୋବିନ୍ଦ ବେହେରା, ଯୁବ ନେତା ଲିପୁନା ଭୁକ୍ତା, ବ୍ଲକ ଉପସଭାପତି ସନ୍ତୋଷ ପ୍ରଧାନଙ୍କ ସମେତ ଶତାଧିକ ଦଳୀୟ କାର୍ଯ୍ୟକର୍ତା ଏବଂ କର୍ମୀ ଅଂଶଗ୍ରହଣ କରିଥିଲେ। ପଦଯାତ୍ରା ପ୍ରଥମେ ଜାମୁବାହାଳୀ ଗ୍ରାମରୁ ଆରମ୍ଭ ହୋଇ ଡଅଁରା ଦେଇ ତିଳେଇପଶି ଅତିକ୍ରମ କରି ନକେଇପଶିରେ ସମାପନ ହୋଇଥିଲା। ଏହି ଅବସରରେ ବିଧାୟକ ଶ୍ରୀ ପ୍ରଧାନ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ ଥିଲେ ଏବଂ ସରକାରରଙ୍କ ଅନେକ ଜନହିତକାରୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ। ସେହିପରି ଶ୍ରୀ ପ୍ରଧାନ ଏବଂ ଅନ୍ୟାନ୍ୟ ବକ୍ତାଗଣ ରାଜ୍ୟ ସରକାରଙ୍କ ଗରିବ ଲୋକଙ୍କ ନିମନ୍ତେ ଉଦ୍ଦିଷ୍ଟ ବହୁ ଯୋଜନା ସମ୍ପର୍କରେ ବିସ୍ତୃତଭାବେ ବୁଝାଇଥିଲେ। ଶେଷରେ ଶ୍ରମିକ ନେତା ସଞ୍ଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *