ଓଡ଼ିଶା

ଠେଙ୍ଗାରେ ପିଟି ମଦୁଆ ପୁଅକୁ ହତ୍ୟା କଲା ମା

ଯୋଡା – ୦୯-୧୧ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବେଲଦାସ୍ଥିତ ମୁଣ୍ଡା ସାହିରେ ଏକ ମଦ୍ୟପ ପୁଅକୁ ଠେଙ୍ଗାରେ ପିଟି ପିଟି ମା ହତ୍ୟା କରିଥିବା ଘଟମା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚô ଅଭିଯୁକ୍ତ ମା କୁ ଗିରଫ କରିଛି । ଘଟଣାରୁ ପ୍ରକାଶ ଯେ, ଚାରିବା ମୁଣ୍ଡା ଓ ତାଙ୍କ ୨୭ ବର୍ଷର ପୁଅ ମଙ୍ଗଲ ସହିତ ରହୁଥିଲେ । ପ୍ରତିଦିନ ପୁଅ ମଙ୍ଗଲ ଅତ୍ୟଧିକ ମଦ୍ୟପାନ କରି ଅଜଥା କଥାରେ ମା ସହିତ କଳି ଝଗଡା କରିଆସୁଥିଲା । ଏଥିରେ ମା ବାରମ୍ବାର ତାକୁ ମଦ୍ୟପାନ ନକରିବାକୁ ବୁଝାଉଥିଲେ ମଧ୍ୟ ସେ ବୁଝୁନଥିଲା । ଗୁରୁବାର ସନ୍ଧ୍ୟା ସମୟରେ ମଙ୍ଗଲ ଆକଣ୍ଠ ମଦ୍ୟପାନ କରି ମା ଚାରିବା ସହିତ ଝଗଡା କରିଥିଲା । ଏଥିରେ ମା ର ଧର୍ଯଚୁ୍ୟତ ଘଟିବାରୁ ଉତ୍କ୍ଷିପ୍ତ ହୋଇ ଏକ ଠେଙ୍ଗାରେ ପୁଅ ମଙ୍ଗଲକୁ ପିଟିଥିଲେ । ଏଥିରେ ମଙ୍ଗଲର ମୁଣ୍ଡ ଫାଟିଯିବା ସହ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ମୃତୁ୍ୟ ଘଟିଥିଲା । ଶୁକ୍ରବାର ସକାଳେ ସ୍ଥାନୀୟ ୱାର୍ଡ ମେମ୍ବର ଏ ଘଟଣା ସମ୍ପର୍କରେ ବାମେବାରୀ ଥାନାରେ ଜଣାଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚô ମୃତ ଦେହ ଜବତ କରିବା ସହ ଅଭିଯୁକ୍ତ ମା ଚାରିବା କୁ ଗିରଫ କରିଛି । ବାମେବାରୀ ଥାନା ଅଧିକାରୀ ପରେଶ ମହାନ୍ତିଙ୍କ କହିବା ଅନୁଯାୟୀ ତାଙ୍କ ନାରେ କେଶ ନଂ. ୧୪୦ରେ ୩୦୨ ଦଫାରେ ମାମଲା ଋଜୁ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top