ଠେଙ୍ଗାରେ ପିଟିପିଟି ଯୁବକକୁ ହତ୍ୟା ଅଭିଯୋଗରେ ଜଣେ ଗିରଫ

ତୁରୁମୁଙ୍ଗା,ତା ୧୨ ଅଗଷ୍ଟ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଅଙ୍ଗିକଳା ଗ୍ରାମରେ ଜଣେ ଯୁବକକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ଅଙ୍ଗିକଳା ଗ୍ରାମର କୃଷ୍ଣ ଚନ୍ଦ୍ର ନାଏକ(୩୫)ଙ୍କୁ କୌଣସି କାରଣକୁ ନେଇ ତାଙ୍କୁ ଜଣେ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିବାର ସୂଚନା ମିଳିଛି । ଖବର ନେବାରୁ ଜଣାପଡିଛି କି ବାରିଆ ଥାନା ଅନ୍ତର୍ଗତ ଛେଳିଆନାଳ ଗ୍ରାମର ନକୁଳ ନାଏକ ଓ ଶ୍ୟାମ ନାଏକ ଗତ ଶନିବାର ଦିନ ନକୁଳଙ୍କ ମାଙ୍କ ମୃତ୍ୟୁର ବାର୍ତ୍ତା ଦେବାକୁ ଅଙ୍ଗିକଳା ଗ୍ରାମର ସହଦେବ ନାଏକଙ୍କ ଘରକୁ ଆସିଥିଲେ । ବିଳମ୍ବ ହୋଇଯିବାରୁ ଘରକୁ ନଫେରି ସହଦେବଙ୍କ ଘରେ ରାତିରେ ରହିଥିବାର ଜଣାପଡିଛି । ଉକ୍ତ ରାତିରେ କୌଣସି କାରଣକୁ ନେଇ କୃଷ୍ଣ ଚନ୍ଦ୍ରଙ୍କ ସହ ନକୁଳଙ୍କର ଝଗଡ଼ା ସୃଷ୍ଟି ହୋଇଥିଲା । ଫଳରେ ନକୁଳ ରାଗିଯାଇ କୃଷ୍ଣ ଚନ୍ଦ୍ରଙ୍କୁ ଠେଙ୍ଗାରେ ପିଟିପିଟି ଗୁରୁତର କରିଥିବାର ଜଣାପଡିଛି । ପରିବାର ଲୋକମାନେ ଗୁରୁତର ଅବସ୍ଥାରେ କୃଷ୍ଣ ଚନ୍ଦ୍ରଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନେଉଥିବା ବେଳେ ଅଧା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିବାର ଜଣାପଡିଛି । ଘଟଣା ବାବଦରେ ତୁରୁମୁଙ୍ଗା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହ ଶ୍ୟାମ ନାଏକ ଓ ସହଦେବ ନାଏକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିବା ପରେ ସମସ୍ତ ତଥ୍ୟ ପାଇ ସେମାନଙ୍କୁ ଛାଡି ଦେଇଥିବାର ଜଣାପଡିଛି । ନକୁଳ ନାଏକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବାର ବେଳେ ତୁରୁମୁଙ୍ଗା ଥାନା ଏସ୍ଆଇ ସୁଶିଳା ବାର୍ଲା ଓ କର୍ମଚାରୀଙ୍କ ମିଳିତ ସହଯୋଗରେ ଛେଳିଆନାଳରେ ଚଢ଼ାଉ କରି ନକୁଳଙ୍କୁ ଗୁତର ଅବସ୍ଥାରେ ଗିରଫ କରିଛି । ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବାକୁ ନେଇ ଚିକିତ୍ସା ପରେ ସମସ୍ତ ତଥ୍ୟ ପାଇ ଥାନାରେ ଅଭିଯୁକ୍ତ ନକୁଳଙ୍କ ନାମରେ ଏକ କେଶ ୮୫/୧୮ ଆଇପିସି ୩୦୨ ରୁଜୁ କରି କୋର୍ଟ ଚାଲାଣ କରିଥିବାର ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *