ଅନୁଗୁଳ

ଠିକା ଶ୍ରମିକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଅନୁଗୋଳ, ୧୫/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ଜେ.ଏସ୍.ପି.ଲ୍ ଲେବର କଲୋନୀର ଏକ ଘରୁ ଜଣେ ଠିକା ଶ୍ରମିକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ଯୋଗେନ୍ଦ୍ର ସାହୁ(୨୬) ଏବଂ ତାଙ୍କ ନିଜ ଘର ସୁନ୍ଦରଗଡ଼ ଜିଲ୍ଲାର ପଲକୁଟା ଗ୍ରାମରେ ହୋଇଥିବାର ସୂଚନା ମିଳିଛି। ସେ ଜେ.ଏସ୍.ପି.ଏଲ.ରେ ନିୟୋଜିତ ଏକ ଠିକାସଂସ୍ଥା ଅଧିନରେ କାର୍ଯ୍ୟ କରୁଥିଲେ। ଶନିବାର ରାତିରେ ଏ ଘଟଣା ଘଟିଥିବାର ଅନୁମାନ କରାଯାଇଛି। ତେବେ ଆଜି ସକାଳେ ତାଙ୍କ ମୃତ ଦେହ ଝୁଲୁଥିବାର ଦେଇ ସହକର୍ମୀମାନେ ଦେଖିବାପରେ ପୋଲିସକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top