ଠିକା ପରିମଳ କର୍ମଚାରୀଙ୍କ ଆନ୍ଦୋଳନ ସ୍ଥଗିତ

ପୁରୀ, ୬/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ୧୧ ଦିନରେ ପହଁଚିଛି ଠିକା ପରିମଳ କର୍ମଚାରୀଙ୍କ ଧାରଣା। ଜିଲ୍ଲା ପ୍ରଶାସନର ଆଲୋଚନା ପ୍ରସ୍ତାବକୁ ପ୍ରତ୍ୟାକ୍ଷ୍ୟାନ କରିଛି ଠିକାଦାର ସଂସ୍ଥା। କର୍ମଚାରୀ ସଂଘ ସଂପାଦକ ମନୋଜ କୁମାର ବାରିକ ଙ୍କୁ କେତକ ଦୁର୍ବୃତ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି। ଏନେଇ ସୋମବାର ସଂଧ୍ୟାରେ ଠିକାକର୍ମଚାରୀ ମାନେ ଧାରଣା ସ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍ଲୋଗାନ ଦେଇଥିଲେ। ଶ୍ରୀ ମନ୍ଦିର ପ୍ରଶାସନ ଧାରଣାରତ କର୍ମଚାରୀଙ୍କ ସହିତ ଯେ ପର୍ଯ୍ୟନ୍ତ ଆଲୋଚନା କରିନାହିଁ ୬୮ ଜଣ ଠିକା ପରିମଳ କର୍ମଚାରୀ ଧାରଣାରେ ବସିରହିଛନ୍ତି। ଶ୍ରମ ଆଇନ ଅନୁଯାୟୀ ପରିମଳ କର୍ମଚାରୀଙ୍କୁ ସର୍ବନିମ୍ନ ମଜୁରୀ ଦିଆଯାଉନଥିବା ଏବଂ ଇପିଲଫ, ଇଏସଆଇ ଟଙ୍କା ଆତ୍ମସାତ କରାଯାଉଥିବା କର୍ମଚାରୀ ସଂଘ ଅଭିଯୋଗ କରିଛି। ପରିମଳ କର୍ମଚାରୀଙ୍କୁ ଠିକା ସଂସ୍ଥା ବେଆଇନ ଭାବେ ଛଟେଇ କରିଥିବା ସଂଘ ପକ୍ଷରୁ କୁହାଯାଇଛି। ମନ୍ଦିର ପ୍ରଶାସନ କର୍ମଚାରୀଙ୍କୁ ପକ୍ଷପାତ କରିବା ସହ ଠିକାଦାର ସଂସ୍ଥାକୁ ସୁରକ୍ଷା ଦେଉଥିବା ସଂଘ ଅଭିଯୋଗ କରିଛି। ଏନେଇ ଶ୍ରମ ଅଧିକାରୀଙ୍କ ପାଖରେ ଠିକା ପରିମଳ କର୍ମଚାରୀ ଫେରାଦ ହୋଇଛନ୍ତି। ସୋମବାର ଏନେଇ ବୈଠକ ଡକାଯାଇଥିଲେ ମଧ୍ୟ ଠିକା ସଂସ୍ଥା ନ ଆସିବାରୁ ତାହା ବାତିଲ ହୋଇଛି। ଏନେଇ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଆଜି ଉପଜିଲ୍ଲାପାଳ ଆନ୍ଦୋଳନରତ କର୍ମଚାରୀ ନେତା ମାନଙ୍କ ସହିତ ସେମାନଙ୍କ ସମସ୍ୟା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସେମାନଙ୍କ ନ୍ୟାୟଚୁକ୍ତ ଦାବି ସଂପର୍କରେ ପ୍ରାଶସନ ଅବଗତ ଅଛି। ଏଦିଗରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ତେଣୁ କର୍ମଚାରୀ ମାନେ ଆନ୍ଦୋଳନ ସ୍ତଗିତ ରଖିବା ପାଇଁ ଉପଜିଲ୍ଲାପାଳ ଅନଚରୋଧ କରିବା ପରେ କର୍ମଚାରୀମାନେ ଆନ୍ଦୋଳନକୁ ୭ ଦିନ ପାଇଁ ସ୍ଥଗିତ ରଖିଥିଲେ।

Leave a Reply

Your email address will not be published. Required fields are marked *