ଜିଲ୍ଲା ପରିକ୍ରମା

ଠିକା କଂପାନୀର ବେପରୁଆ କାମ ଭଦ୍ରକ-ଚାନ୍ଦବାଲି ରାସ୍ତାରେ ଯାତ୍ରୀ ପରିବହନ ବାଧାପ୍ରାପ୍ତ

ଭଦ୍ରକ, ୧୫ା୫ (ଓଡିଆ ପୁଅ / ପ୍ରମୋଦ ରାୟ) : ପୀରହାଟ-ମହୁଲିଆ ଏବଂ ମହୁଲିଆଠାରୁ କେନ୍ଦ୍ରାପଡା ଜିଲାର ଦୋହରା ଛକ ପର୍ଯ୍ୟନ୍ତ ହେଉଥିବା ରାସ୍ତା କାମର ଠିକାଦାର ଏନକେସି ଏବଂ ତାର ମିତ୍ର କଂପାନୀଙ୍କ ବେପରୁଆ କାମ ପାଇଁ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତା ନିର୍ମାଣବେଳେ ଗୋଟିଏ ପଟ ରାସ୍ତାର କାର୍ଯ୍ୟ ଜାରି ରହିଲେ, ଅନ୍ୟ ପଟ ରାସ୍ତା ପରିବହନ ପାଇଁ ସୁବିଧା କରିବା କଥା। ମାତ୍ର ଠିକା କଂପାନୀ ତାହା କରି ନଥିବାରୁ ମହୁଲିଆଠାରୁ ଚାନ୍ଦବାଲି ପର୍ଯ୍ୟନ୍ତ ରାସ୍ତା ପଙ୍କମାଟିରେ ଆଚ୍ଛାଦିତ ହୋଇଯାଇଛି। କାଳବୈଶାଖୀ ଯୋଗୁଁ ପ୍ରବଳ ବର୍ଷା ହେବାରୁ ଏହି ମାଟି ରାସ୍ତାରେ ଯାତ୍ରୀ ପରିବହନ ବିଶେଷ କରି ବସ, ଟ୍ରକ ଓ ଅନ୍ୟାନ୍ୟ ଛୋଟଗାଡି ଯିବା କାଠିକର ପାଠ ହୋଇଥିଲା। ଏପରିକି ବିବାହର ଶେଷ ଲଗ୍ନ ଥିବାରୁ ଏହି ରାସ୍ତାଦେଇ ପ୍ରବଳ ଗାଡି ମଟର ଯିବା ଆସିବାରେ ବାଧା ସୃଷ୍ଟି ହୋଇଥିଲା। ଚନ୍ଦନପୁର ଛକ ନିକଟ ଏହି ପଙ୍କମାଟିରେ ୨ଟି ଗାଡି ଫସିଯିବାରୁ ମହୁଲିଆଠାରୁ ଚାନ୍ଦବାଲି ପର୍ଯ୍ୟନ୍ତ ଗାଡି ଚଳାଚଳ ବନ୍ଦ ରହିଥିଲା। ଠିକା କଂପାନୀର ଦୂରଦୃଷ୍ଟି ଅଭାବରୁ ବାରମ୍ବାର ଏହି ରାସ୍ତରେ ଟ୍ରାଫିକ୍ ସମସ୍ୟା ଉପୁଜୁଛି ବୋଲି ବିଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ରାସ୍ତାର ଗୋଟିଏ ପାର୍ଶ୍ୱ କାର୍ଯ୍ୟ ସାରି ଅନ୍ୟପାର୍ଶ୍ୱ କାମ ଆରମ୍ଭ ହେଲେ ଏ ପ୍ରକାର ପରିସ୍ଥିତି ଉପୁଜି ନଥାନ୍ତା ବୋଲି କୁହାଯାଉଛି। ସୂଚନା ଥାଉକି, ବିଗତ ୨ ବର୍ଷ ମଧ୍ୟରେ ଭଦ୍ରକରୁ ଚାନ୍ଦବାଲି ପହଞ୍ଚିବା ଉପରେ କିଛି ଗ୍ୟାରେଣ୍ଟି ରହୁନାହିଁ। ଗୋଟିଏ ପଟେ ସଂପ୍ରସାରଣ ଜନିତ ସମସ୍ୟା, ଅନ୍ୟପଟେ କୌଣସି ନା କୌଣସି ଯାଗାରେ ରାସ୍ତାରୋକ ଜିଲାରେ ଏହି ଜୀବନରେଖା ଉପରେ ନିର୍ଭରଶୀଳ ଲକ୍ଷଲକ୍ଷ ସାଧାରଣ ଲୋକଙ୍କ ଅସୁବିଧା କଥା କେହି ଯେମିତ ବୁଝିବାକୁ ନାହାନ୍ତି। ଗତକାଲି ସକାଳୁ ମତୋଠାରୁ କୌଣସି ଗାଡି ଦିନ ୧୨ଟା ପର୍ଯ୍ୟନ୍ତ ଚାନ୍ଦବାଲିକୁ ଯାଇପାରିନାହିଁ। ବିଶ୍ୱବ୍ୟାଙ୍କ ତଥା କାର୍ଯ୍ୟର ତଦାରଖ କରୁଥିବା କନ୍ସଲଟାଣ୍ଟ ଏଜେନ୍ସି ସବୁଜାଣି ନଜାଣିବାରେ ଅଭିନୟ କରୁଥବା ଅଭିଯୋଗ ହୋଇଛି। ଦୀର୍ଘ ଦେଢ ମାସ ହେଲା ଲଗାତାର ଭାବେ କାଳବୈଶାଖୀ ଝଡ ଲାଗି ରହିଛି। ଏହାକୁ ଆଖି ଆଗରେ ରଖି ରାସ୍ତା ନିର୍ମାଣକୁ ଯୋଜନାବଦ୍ଧ ଭାବରେ କରିବା କଥା। ମାତ୍ର ବିଶ୍ୱବ୍ୟାଙ୍କର ଗାଇଡଲାଇନକୁ ଠିକା କଂପାନୀ ଆଦୌ ଗୁରୁତ୍ୱ ଦେଉ ନଥିବା ଆଲୋଚନା ହେଉଛି। ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ନଜର ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top