ଜିଲ୍ଲା ପରିକ୍ରମା

ଠିକାଦାର ଓ ସରକାରୀ ଅଫିସରଙ୍କ ମଧୁଚନ୍ଦ୍ରିକା

ବରୀ/ଯାଜପୁର (ଓଡିଆପୁଅ/ସୁରେଶ କର) ରାସ୍ତା ପ୍ରଶସ୍ତି କରଣ ପାଇଁ ସରକାରଙ୍କ ପକ୍ଷରୁ ବରୀ କୁଆଖିଆ ଏମ୍ ଡି ଆର୍ ୧୪ ର ଚୁଡାକଳ ଛକଠାରୁ ଚଟୁମାରୀ ନଦୀକୂଳ ରାସ୍ତାର ଉଭୟ ପାର୍ଶ୍ବରେ ତିନି ଫୁଟ ଖୋଳାଯାଇ କଂକ୍ରିଟ୍ କରିବାପାଇଁ କାର୍ଯ୍ୟ ଆରମ୍ଭ କରାଯାଇଛି। ହେଲେ ଆରମ୍ଭରୁ କିଛି ଠିକାଦାର ଓ ସରକାରୀ ଅଫିସରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଠିକ୍ ଭାବରେ କାମ ହେଉ ନଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି।

ମୁଖ୍ୟତଃ ପତଳା ବାଲି, ନିମ୍ନ ମାନର ସିମେଣ୍ଟ ବ୍ୟବହାର ହୁଏତ ଖୁବ୍ ଶୀଘ୍ର ରାସ୍ତା ନଷ୍ଟ ହୋଇଯିବାର ଆଶଙ୍କା ରହିଛି କାର୍ଯ୍ୟକୁ ତଦାରଖ କରୁଥିବା ବରୁଆଁ ପୁର୍ତ୍ତ ବିଭାଗ ଅଜୟ ବେହେରା ନାମକ ଜନୈକ କର୍ମଚାରୀ ପ୍ରତ୍ୟହ ମୋଟା ଅର୍ଥ ନେଇ କାମକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ ମଧ୍ୟ ସାଧାରଣରେ ବିଭାଗ ପ୍ରତି ପ୍ରଶ୍ନବାଚୀ ସ୍ରୁଷ୍ଟି କରିଛି। ବିଭାଗୀୟ ଅଧିକାରୀ ମୋଟା ଅଙ୍କର ପିସି ପକାଇ ଚୁପ୍ ରହି ସରକାର ଅର୍ଥ ହେରଫେର କରୁଥିବା ସାଧାରଣ ରେ ସନ୍ଦେହ ପ୍ରକାଶ ପାଇଛି। ନାମକୁ ମାତ୍ର ଲୋକଙ୍କ ବିକାଶ ହେଲେ ହେଉଛି ଅସାଧୁ ଠିକାଦାର ଓ ପିସି ନେଉଥିବା ସରକାରୀ ଅଫିସରଙ୍କର। ଏଣୁ ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀ ଏ ପ୍ରତି ଶୀଘ୍ର ଦ୍ରୁଷ୍ଟି ପକାଇବା ପାଇଁ ଚୁଡାକଳ ଛକରୁ ଅଶୋକ ମାଲିକ, ବିଷ୍ଣୁ ଚରଣ ସାହୁ, ଅଜୟ ମହାନ୍ତି, ଅବିରାମ ପାଢୀ, ଅବିନାଶ ଦାଶଙ୍କ ସହ ବହୁ ବୁଦ୍ଧିଜୀବୀ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top