ଓଡ଼ିଶା

ଠିକାଦାର ଓ ଯନ୍ତ୍ରୀଙ୍କ ସଲାସୁତରାରେ ଚାଲିଛି ଟେଣ୍ଡର ଫିକ୍ସିଂ, ଟେଣ୍ଡର ନହୋଇ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କାହା ସ୍ୱାର୍ଥରେ

ତିର୍ତ୍ତୋଲ୧୨/୧୦ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକରେ ଠିକାଦାର ଓ ଯନ୍ତ୍ରୀଙ୍କ ସଲାସୁତରାରେ ଚାଲିଛି ରାସ୍ତା ଟେଣ୍ଡର ଫିକ୍ସିଂ। ଟେଣ୍ଡର ନହୋଇ ରାସ୍ତାର ଭିତ୍ତିପ୍ରସ୍ଥର ସ୍ଥାପନ ହେଉଥିବା ନଜରରେ ରହିଛି। ଗତ ମାସ ୨୪ /୦୯ରିଖ ଦିନ ତିର୍ତ୍ତୋଲ ବ୍ଲକ ତରଜଙ୍ଗା ପଞ୍ଚାୟତ କୋଟକଣା ଠାରୁ କାବଲପୁର ରାସ୍ତାର ଉନ୍ନତି କରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ତିର୍ତ୍ତୋଲ ବିଧାୟିକା ଡ଼. ରାଜଶ୍ରୀ ମଲ୍ଲିକ କରିଥିଲେ। ଯାହାକୁ ନେଇ ସେତେବେଳେ ବିଭିନ୍ନ ସମାଲୋଚନା ହେଉଥିବା ଜଣାପଡ଼ିଥିଲା। ପରବର୍ତ୍ତୀ ସମୟରେ ଏହି ରାସ୍ତା ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ୬ଜଣ ଠିକାଦାର ଏହି ରାସ୍ତାପାଇଁ ଟେଣ୍ଡର ପକାଇଥିବାବେଳେ ୩ ଜଣ ଠିକାଦାରଙ୍କର କୌଣସି କାରଣ ବସତ ଟେଣ୍ଡରେ ଭାଗନେଇପାରିନଥିଲେ। ଆଜି ଅନ୍ୟ ୩ଜଣଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟବିଭାଗ କାର୍ଯ୍ୟାଳୟରେ ଲଟେରୀ କରାଯାଇଥିଲା। ଏଥିରେ ବଡ଼ପାଳର ଗ୍ରାମର ଜନେକ ଠିକାଦାରଙ୍କ ନାମରେ ଉଠିଥିଲା। ଯାହାକୁ ନେଇ ଅନ୍ୟ ଠିକାଦାରମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ରାସ୍ତାର ଟେଣ୍ଡର କରାନଯାଇ କେଉଁଭଳି ଉପାୟରେ ରାସ୍ତାର ଭିତ୍ତିପ୍ରସ୍ଥର ସ୍ଥାପନ କରାଯାଉଛି ତାହା ସମାଲେଚନାର ବିଷୟବସ୍ତୁ ପାଲଟିଛି। ତିର୍ତ୍ତୋଲ ବିଧାୟିକା ଡ଼. ମଲ୍ଲିକ ନିଜର ପତିଆରା ଜାହିର କରିବାପାଇଁ ଟେଣ୍ଡର ନହୋଇଥିବା ରାସ୍ତାକୁ ଭିତ୍ତିପ୍ରସ୍ଥର ସ୍ଥାପନ ଗତମାସ ୨୪ ତାରିଖରେ କରିଥିଲେ। ଏହି ଭିତ୍ତିପ୍ରସ୍ଥର ସ୍ଥାପନ ନିକଟରେ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଟେଣ୍ଡର କରାନଯାଇ କାହା ସ୍ୱାର୍ଥରେ ଏହି ରାସ୍ତାର ଭିତ୍ତପ୍ରସ୍ଥର ସ୍ଥାପନ କରାଯାଇଥିଲା ତାହା ପ୍ରଶ୍ନ ବାଚୀ ସୃଷ୍ଟି କରିଥିଲା। ଏହି ଟେଣ୍ଡର ର ଲଟେରୀରେ ହୋଇଥିବା ଅନିୟମିତତା ବିଷୟରେ ପଚାରିବାରୁ ଗ୍ରାମ୍ୟଉନ୍ନୟନ ବିଭାଗୀ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋରଞ୍ଜନ ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଯେ କୌଣସି ଅନିୟମିତତା ହୋଇନାହିଁ ଯାହା ଲେଖିବାର ଅଛି ତାହା ଲେଖ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top