ଠିକାଦାରଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଉନାହାନ୍ତି ଏମ୍.ସି.ଏଲ କର୍ତୃପକ୍ଷ

ତାଳଚେର,୧୩/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏମ୍.ସି.ଏଲ କର୍ତୃପକ୍ଷ କାର୍ଯ୍ୟରତ ଠିକାଦାରଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବାରୁ ସେମାନଙ୍କର ବହୁବିଧ ଦାବୀ ପୂରଣ ହୋଇପାରୁନି । ଏ ସମ୍ପର୍କରେ ଠିକାଦାର ସଂଘ ପକ୍ଷରୁ ବହୁବାର ଏମ୍.ସି.ଏଲ ଉଚ୍ଚ କର୍ତୃପକ୍ଷ ଏବଂ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳି ପାରୁନାହିଁ । ଦିନକୁ ଦିନ ଏମ୍.ସି.ଏଲ.ର ପକ୍ଷରୁ ଲାଗୁ କରାଯାଉଥିବା ସର୍ତାବଳୀ ପୂରଣ କରିବାକୁ ଠିକାଦାରମାନେ ଅସମର୍ଥ ହୋଇ ପଡ଼ୁଛନ୍ତି । ଏଣୁ ଆଗାମୀ ଦିନରେ ଆନେ୍ଦାଳନ ହିଁ ଏକମାତ୍ର ପନ୍ଥା ବୋଲି ସେମାନେ ପ୍ରକାଶ କରିଛନ୍ତି । ତାଳଚେର କୋଇଲାଖଣି ଠିକାଦାର ସଂଘ ପକ୍ଷରୁ ସାଉଥବଲଣ୍ଡାସ୍ଥିତ ଜଗନ୍ନାଥ କଳାକେନ୍ଦ୍ରଠାରେ ଗୁରୁବାର ସନ୍ଧ୍ୟାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର କାର୍ଯ୍ୟକର୍ତା ଏବଂ ସଦସ୍ୟମାନେ ଉପସ୍ଥିତ ରହି ଗଣମାଧ୍ୟମ ପ୍ରତିନିଧିଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଠିକାଦାରଙ୍କ ଅଭିଯୋଗ ଅନୁଯାୟୀ ଏମ୍.ସି.ଏଲ.ରେ ପ୍ରାୟ ୫ଶହ ଠିକାଦାର ସିିଭିଲ,ଇଲେକ୍ଟିକାଲ,ସପ୍ଲାଇ ଆଦି କ୍ଷେତ୍ରରେ ବିଭିନ୍ନ ଠିକା ଶ୍ରମିକମାନଙ୍କୁ ନେଇ କାର୍ଯ୍ୟ କରିଥାନ୍ତି । ତେବେ ଏମ୍.ସି.ଏଲ ପକ୍ଷରୁ ସେମାନଙ୍କୁ ଆବଶ୍ୟକୀୟ ସାହାଯ୍ୟ, ସହଯୋଗ ଏବଂ ସୁବିଧା ସୁଯୋଗ ମିଳି ପାରୁନାହିଁ । ଏପରିକି ଏମ୍.ସି.ଏଲ ଅଧିକାରୀମାନେ ନିୟମ ବିରୁଦ୍ଧ କାର୍ଯ୍ୟମାନ କରୁଛନ୍ତି । ଯଦ୍ୱାରା ସେମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ସେମାନଙ୍କର ଅର୍ଥରାଶି ବହୁ ବିଳମ୍ବରେ ମିଳୁଥିବାରୁ ଆର୍ଥିକ କ୍ଷେତ୍ରରେ କ୍ଷତି ସହୁଛନ୍ତି । ବିନା ପ୍ରଶିକ୍ଷଣରେ ଶ୍ରମିକଙ୍କର ପୋର୍ଟାଲ ଏଂଟ୍ରି,ସିଏମ୍.ପି.ଏଫ୍.ରେ ଜମା ଏବଂ ବ୍ୟାଙ୍କ ପେମେଂଟ କରିବାକୁ ଏମ୍.ସି.ଏଲ ପକ୍ଷରୁ ନିଦେ୍ର୍ଦଶ ଦିଆଯିବାକୁ ଠିକାଦାର ମାନେ ତୀବ୍ର ବିରୋଧ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନଙ୍କର ୯ଦଫା ଦାବୀଗୁଡ଼ିକୁ ଏମ୍.ସି.ଏଲ କର୍ତୃପକ୍ଷ ମାନିନେବାକୁ ସେମାନେ ଦୃଢ଼ ଦାବୀ କରିଛନ୍ତି । ଏମ୍.ସି.ଏଲ ଦ୍ୱାରା ଲାଗୁ ଟେଣ୍ଡର ସର୍ତାବଳୀ ଓ ନିୟମ ମଧ୍ୟରେ ବିଳମ୍ବରେ ହେଉଥିବା ଅର୍ଥ ପ୍ରଦାନକୁ ଅନ୍ତର୍ଭୁକ୍ତ କରା ନଯିବା,ଏମ୍.ସି.ଏଲ ପକ୍ଷରୁ କ୍ଲିପ ମାଧ୍ୟମରେ ଶ୍ରମିକମାନଙ୍କୁ ପ୍ରଦତ ମଜୁରୀ ସମ୍ପର୍କରେ ଠିକାଦାରଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରାଯିବା, ସି.ଏମ୍.ପି.ଏଫ.ରେ ଜମା ବଦଳରେ ଇ.ପି.ଏଫ.କୁ ଗ୍ରହଣ କରାଯିବା ଏବଂ ଇ.ଏସ୍.ଆଇ.ରେ କର୍ମଚାରୀଙ୍କୁ ଅନ୍ତର୍ଭୁକ୍ତ କରାଯିବା,ଭଡ଼ାସୂତ୍ରରେ ଥିବା ଗାଡ଼ି ଗୁଡ଼ିକର ନିର୍ଦ୍ଧାରିତ ସମୟରୁ ଅଧିକ ସମୟକୁ ଏମ୍.ସି.ଏଲ ଦ୍ୱାରା ସୁବିଚାର କରାଯିବା,ଏମ୍.ସି.ଏଲ.ରେ ଲାଗୁଥିବା ଗାଡ଼ିଗୁଡ଼ିକର ସମୟସୀମା ୫ ବର୍ଷ ବଦଳରେ ୧୫ବର୍ଷ କରାଯିବା, ଜି.ଏସ.ଟି ଲାଗୁ ପରେ ବହୁମାତ୍ରରେ ଚୁକ୍ତିର ଅର୍ଥ/ଅମାନତ ଟଙ୍କା/ଚୁଡ଼ାନ୍ତ ବିଲ ଏମ୍.ସି.ଏଲ.ରେ ପଡ଼ି ରହିଛି । ଏଣୁ ସେଗୁଡ଼ିକୁ ପ୍ରଦାନ କରାଯିବା,୮୦ଭାଗ ଠିକାଦାର ଜମିହରା ପ୍ରଜା ଏବଂ ପ୍ରକଳ୍ପ ଦ୍ୱାରା ପ୍ରଭାବିତ । ଏଣୁ ସେମାନଙ୍କୁ କୋଇଲାଖଣିରେ କାର୍ଯ୍ୟ କରିବାକୁ ଅଗ୍ରାଧିକାର ଦିଆଯିବା,ଠିକାଦାରଙ୍କର ପିଲାମାନଙ୍କୁ ଏମ୍.ସି.ଏଲ ପରିଚାଳିତ ସ୍କୁଲରେ ଅଧ୍ୟୟନ କରିବାକୁ ସୁବିଧା ଏବଂ ଚିକିତ୍ସା ପ୍ରଦାନରେ ଅଗ୍ରାଧିକାର ପ୍ରଦାନ ନିମନ୍ତେ ସଂଘ ପକ୍ଷରୁ ଦାବୀ କରାଯାଇଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ତାଳଚେର କୋଇଲାଖଣି ଠିକାଦାର ସଂଘର ସଭାପତି ସଞ୍ଜୟ କୁମାର ସିଂ,ଉପସଭାପତି ବୀରବର ସାହୁ, ପରାମର୍ଶଦାତା ଟି.ଭି.ରାଓ,ସଞ୍ଜୟ କୁମାର,ତି୍ରନାଥ କୁମାର ପ୍ରଧାନଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତା ଏବଂ ସଦସ୍ୟମାନେ ଯୋଗ ଦେଇ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସୂଚନା ଦେଇଥିଲେ । ଆଗାମୀ ୧୫ ଦିନ ମଧ୍ୟରେ ସେମାନଙ୍କ ଦାବୀ ଉପରେ କୈାଣସି ପଦକ୍ଷେପ ନିଆନଗଲେ ସେମାନେ ବାଧ୍ୟ ହୋଇ ସାମୁହିକଭାବେ କାର୍ଯ୍ୟବନ୍ଦ ଆନେ୍ଦାଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *