ଜିଲ୍ଲା ପରିକ୍ରମା

ଠାବ ହେଲା ନକଲି ଜର୍ଦ୍ଦା କାରଖାନା, ୪ ଗିରଫ

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) –  ପୁରୁଣାବଜାର ପୁଲିସ ବିପୁଳ ପରିମାଣର ନକଲି ଜର୍ଦ୍ଦା ମସଲା ସହିତ ଜର୍ଦ୍ଦା ପ୍ୟାକିଂ ଓ ତିଆରି ନିମନ୍ତେ ବ୍ୟବହୃତ ସାମଗ୍ରୀ, ମେସିନ, ଡବା, ଲେବୁଲ ଆଦି ଜବତ କରିଛି । ପୁରୁଣାବଜାର ଥାନା ଅଞ୍ଚଳରେ ନକଲି ଜର୍ଦ୍ଦା କାରବାର ଚାଲିଥିବା ଖବର ପାଇ ଗତକାଲି ରାତିରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା ।  ଗୋପାଳ ୬୦ ନାମକ ଜର୍ଦ୍ଦା ତିଆରି କରାଯାଇ ଭଦ୍ରକ ସହର ସମେତ ଯାଜପୁର, ବାଲେଶ୍ୱର, କଟକ ଆଦି ସହରକୁ ପଠା ଯାଉଥିଲା । ପୁଲିସ ଏଥିରେ ବ୍ୟବହାର ହେଉଥିବା ମସଲା, କ୍ୟାମିକାଲ, ପର୍ଫୁ୍ୟମ୍, ପିପରମେଣ୍ଟ, ଜରିଗୁଣ୍ଡ ଆଦି ଜବତ କରିଥିଲା । ମସଲା ଡବା ସିଲ କରିବା ପାଇଁ ମେସିନ, ଡବା, ଲେବୁଲ ଆଦି କୋଲକାତାରୁ ଅଣା ଯାଉଥିବା ଗିରଫ ଅଭିଯୁକ୍ତମାନେ ପ୍ରକାଶ କରିଛନ୍ତି । ଗତକାଲି ରାତିରେ ଚଢଉରେ ୩ଟି ମେସିନ, ଆଇରନ କଟିଂ ମେସିନ ଗୋଟିଏ, ଜର୍ଦ୍ଦା ଲିକୁଇଡ୍, ଗୋପାଳ ଜର୍ଦ୍ଦା ଡବା ଖାଲି ଓ ଜର୍ଦ୍ଦା ସହ ମିଶି ୧୦୦୦ରୁ ଉଦ୍ଧ୍ୱର୍ ଡବା ସହ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଥିଲା । ଏ ସଂକ୍ରାନ୍ତରେ ଭଦ୍ରକ ଏସଡିପିଓ ଜଳନ୍ଧର ଜାଲି ଓ ଆଇଆଇସି ପ୍ରଜ୍ଞା ମହାନ୍ତି ସାମ୍ବାଦିକଙ୍କୁ ସୂଚନା ଦେଇଥିଲେ । ଅଭିଯୁକ୍ତ ବଡଶଙ୍କରପୁର ଗ୍ରାମର ସେକ୍ ଅଲୀ ଓ ସେକ କରିମୁଲ୍ଲା, ସରକାରନଗରର ସେକ ଉମେଦ, ବୁଧୁବାରହାଟ ଗ୍ରାମର ସେକ ଗୋଲାମ ମୁସ୍ତାଫାଙ୍କୁ ଗିରଫ କରାଯିବା ସହ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top