ଅପରାଧ

ଠକେଇ ଅଭିଯୋଗ ରେ ନକଲି ଲେବର ଅଫିସର ଗିରଫ

ପାଟଣା,ତା୦୭/୧୧(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତ ଅଙ୍କୁରା ଗ୍ରାମରେ ନକଲି ନିର୍ମାଣ ଶ୍ରମିକ କାର୍ଡ ଯୋଗାଉଥିବା ଜଣେ ନକଲି ଲେବର ଅଫିସରକୁ ପାଟଣା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ ତେଲକୋଇ ଥାନା ଶିମିଳିପାଳ ଗ୍ରାମର ବିଭୂତି ପାତ୍ର ନାମକ ଜଣେ ଯୁବକ ନିଜକୁ ଲେବର ଅଫିସର ଓ ତାଙ୍କ ନାମ ସଞ୍ଜୟ କୁମାର ଦାସ ପରିଚୟ ଦେଇ ଦିର୍ଘ ଏକବର୍ଷ ଧରି ନକଲି ନିର୍ମାଣ ଶ୍ରମିକ କାର୍ଡ ପ୍ରସ୍ତୁତ କରି ଶ୍ରମ ଅଧିକାରୀଙ୍କ ଜାଲ ଦସ୍ତଖତ ଓ ଷ୍ଟାମ୍ପ ମାରି ପାଟଣା ବ୍ଲକ ଏବଂ ସାହାରପଡା ବ୍ଲକର ବଭିନ୍ନ ଲୋକମାନଙ୍କୁ ଦେଇଥିଲେ । ଏଥିପାଇଁ ସେ ପ୍ରତ୍ୟେକ ଲୋକଙ୍କଠାରୁ ୮ଶହରୁ ୧ହଜାର ଟଙ୍କା ମଧ୍ୟ ନେଇଥିଲେ। ନକଲି କାର୍ଡ ଦେବା ପରେ ବାର୍ଷିକ ନବୀକରଣ ଫି ବାବଦରେ ୫୦ଟଙ୍କା ନେଇ ସ୍ଲିପ ଦେଇ ଲୋକଙ୍କଠାରୁ ଅର୍ଥ ଆଦାୟ କରୁଥିଲେ । ନକଲି କାର୍ଡ ପାଇଥିବା ଅନେକ ହିତାଧିକାରୀ ଶ୍ରମବଭିାଗ କାର୍ୟ୍ୟାଳୟକୁ ଯାଇ ସେଠାରେ ଏହା ନକଲି ବୋଲି ଜାଣିବାକୁ ପାଇଥିଲେ । ତେବେ ସଂପୃକ୍ତ ଯୁବକ ଜଣକ ଜଣେ ଠକ ନକଲି ଲେବର ଅଫିସର ହୋଇ ନକଲି କାର୍ଡ ଦେଇ ଲୋକଙ୍କଠାରୁ ଅର୍ଥ ଆଦାୟ କରୁଥିବା ଜଣାପଡିବା ପରେ ଠକ ନକଲି ଲେବର ଅଫିସର କୁ କାବୁକରିବାକୁ ଅଙ୍କୁରା ଗ୍ରାମର ଲୋକ ଜଗି ରହିଥିଲେ । ସଂପୃକ୍ତ ନକଲି ଲେବର ଅଫିସର ଜଣକ ଗ୍ରାମକୁ ଆସିବା ପରେ ଲୋକେ ତାଙ୍କୁ କାବୁ କରି ଅଟକ ରଖିବା ସହ ପାଟଣା ପଲିସୁ କୁ ଖବର ଦେଇଥିଲେ । ଖବରପାଇ ପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଠକ ନକଲି ଲେବର ଅଫିସର ବିଭୂତି ପାତ୍ର କୁ ଥାନା କୁ ନେଇ ଘଟଣାର ତଦନ୍ତ କରିବା ସହ ୧୪୬/୨୦୧୮ ମୂଳେ ଏକ ମାମଲା ରୁଜୁ କରି ଠକ ଲେବର ଅଫିସର ବିଭୂତି ପାତ୍ରକୁ ଧାରା ୪୭, ୪୬୮, ୪୨୦ ଓ ୪୧୯ ଆଇପିସି ଆନୁଯାଇ ଗିରଫ କରି କୋର୍ଟ ଚାଲାଣ କରିଛି ପାଟଣା ପୋଲିସ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top