ଠକେଇ ଅଭିଯୋଗରେ ଏନଜିଓ ସମ୍ପାଦକ ଗିରଫ

ଯୋଡା- ତା ୨୧/୦୫ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ଅଞ୍ଚଳରେ ଆଚିଭର ସୋସିଆଲ କଲଚରାଲ ହେଲ୍ପ ଅର୍ଗାନାଇଜେସନ (ଆସକୋ) ନାମକ ଏକ ଏନଜିଓ ଗଠନ କରି ସେଥିରେ ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ସଚିନାଥ ମିଶ୍ରକୁ ଯୋଡା ପୁଲିସ ରବିବାର ଦିନ ଦ୍ୱିତୀୟ ଥର ପାଇଁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ଜଣାପଡିଛି ଯେ, ଶ୍ରୀ ମିଶ୍ର ଯୋଡା ବ୍ଲକ ଅନ୍ତର୍ଗତ ସିଆଳିଯୋଡା ଠାରେ ବିଜୁ ପକ୍କା ଘର ତିଆରି କରିବା ଉଦ୍ଦେଶ୍ୟରେ ଦଶମା ମୁଣ୍ଡା ଏବଂ ବେଲ ମୁଣ୍ଡା ନାମକ ଦୁଇ ଜଣ ହିତାଧିକାରୀଙ୍କ ଠାରୁ ୫୫ ହଜାର ଟଙ୍କା ଲେଖାଁ ନେଇ ୩୦ ହଜାର ଟଙ୍କାର କାମ କରି ଘର କାମ ବନ୍ଦ କରିଦେଇଥିଲେ। ବାରମ୍ବାର ସେମାନେ ଯୋଡା ସ୍ଥିତ ଏହି ଏନ୍ଜିଓର କାର୍ଯ୍ୟାଳୟକୁ ଦୌଡି ନିରାଶ ହେବା ପରେ ଯୋଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗକୁ ଭିତ୍ତି କରି ଯୋଡା ଥାନା ପିଙ୍ଗଳ କୋର୍ଡର ୪୨୦ ଦଫାରେ ମାମଲା ଋଜୁ କରି ଶଚିନାଥ ମିଶ୍ରଙ୍କୁ ଗିରଫ କରି ଜେଲ ପଠେଇଥିବା ଜଣାପଡିଛି। ତେବେ ସଚିନାଥ ଅନ୍ୟ ଏକ ଚେକ୍ ବାଉନ୍ସ ମାମଲାରେ ୧୫ ଦିନ ତଳେ ଜେଲରୁ ଜାମିନରେ ମୁକୁଳିଥିବା ବେଳେ ଏହି ଠକେଇ ମାମଲାଟି ଦ୍ୱିତୀୟ ବୋଲି ଜଣାପଡିଛି। ଶ୍ରୀ ମିଶ୍ର ଏହି ଏନ୍ଜିଓ ଟି ଗଠନ କରି ଏଥିରେ ନିଜେ ସମ୍ପାଦକ ଭାବେ ରହି ବିଭିନ୍ନ ଅନୁଷ୍ଠାନରୁ ହଜାର ହଜାର ଟଙ୍କା ଠକେଇ କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *