ଜିଲ୍ଲା ପରିକ୍ରମା

ଟ୍ୟାଙ୍କର ଓ କାର ମଧ୍ୟରେ ଧକ୍କା – ଜଣେ ମୃତ, ୮ ଆହତ

ରାୟଗଡା ୧୦/୦୬ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ରାୟଗଡା ସଦର ମହକୁମା ଠାରୁ ୫ କି.ମି ଦୂର ପିତାମହଲ ଗ୍ରାମ ନିକଟସ୍ଥ କୁମ୍ଭାରିଗୁଡା ଗ୍ରାମ ନିକଟସ୍ଥ ଆଜି ଟ୍ୟାଙ୍କର ଏବଂ କାର ମଧ୍ୟରେ ଦୁର୍ଘଟଣା ଘଟିଛି। କୁମ୍ଭାରିଗୁଡା ଗ୍ରାମ ନିକଟ ରାସ୍ତାକଡରେ ଠିଆ ହୋଇଥିବା ଟ୍ୟାଙ୍କର ଗାଡି ( ଓଆର ୦୭ଜେଡ୍ ୯୯୭୭) କୁ ପଛ ପଟୁ ଚେଭରଲେଟ କାର ( ଏପି ୩୧ଏଫ ୭୧୪୭ ) ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର ଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ସହ ଘଟଣା ସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ଘଟିଥିଲା।

ପଡୋଶୀ ଆନ୍ଧ୍ରପ୍ରଦେଶ ଆରୁକୁର ୯ ଜଣ ଭକ୍ତ ରାୟଗଡା ଠାକୁରାଣୀ ମା ମଝିଘରିଆଣୀଙ୍କ ଦର୍ଶନ ନିମନ୍ତେ ରାୟଗଡା ଅଭିମୁଖେ ବାହାରିଥିଲେ। ହେଲେ ରାୟଗଡା ସହର ଠାରୁ ମାତ୍ର ୫ କି.ମି ଦୂରରେ ହିଁ କାରଟି ଦୁର୍ଘଟଣା ଗ୍ରସ୍ତ ହୋଇଗଲା। ଫଳରେ କାରରେ ଥିବା ବି.ଭାବନୀ (୪୦) ଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ବି.ଗାଙ୍ଗାରାଓ (୫୦)ଙ୍କର ଅବସ୍ଥା ସଂଙ୍କଟାପନ୍ନ ଥିବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଅନ୍ୟ ୭ ଜଣ ସାମାନ୍ୟ ଆହାତ ହୋଇଥିବାରୁ ତାଙ୍କୁ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଂଚିବାରେ ବିଳମ୍ବ ହେବାରୁ ସ୍ଥାନୀୟ ଅଂଚଳରେ କିଛି ସମୟ ପାଇଁ ଉତେଜନା ଦେଖାଦେଇଥିଲା। ସ୍ଥାନୀୟ ଅଂଚଳବାସୀଙ୍କ ସହଯୋଗରେ ଆହତ ମାନଙ୍କୁ ଅଟୋ ସାହାର୍ଯ୍ୟରେ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top