ଟ୍ରେନ ଲାଇନରେ କଟି ବୃଦ୍ଧାଙ୍କ ମୃତ୍ୟୁ

ଆସିକା ୨-୮ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ): ଗଂଜାମ ଜିଲ୍ଲା ଛତ୍ରପୁର ଠାରେ ଟ୍ରେନ ଲାଇନରେ କଟି ଜନୈକା ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ଖବରରୁ ପ୍ରକାଶଯେ ଛତ୍ରପୁର ଦାମିନି ନଗରର ସାବିତ୍ରୀ ବେହେରା ରେଳ ଧାରଣା ପାର ହେଉଥିବା ସମୟରେ ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ଫଲକନାମା ସୁପରଫାଷ୍ଟ ଏକ୍ସପ୍ରେସ ଛତ୍ରପୁର କୋର୍ଟ ଷ୍ଟେସନ ଠାରେ ତାଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ ସାବିତ୍ରୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଘଟଣାର ଖବର ପାଇ ଛତ୍ରପୁର ଜିଆରପି ଥାନା ପୋଲିସ୍ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *