ଟ୍ରେନ ଧକ୍କାରେ ବାଇକ ଚୁରମାର: ଅଳ୍ପକେ ବଂଚିଲେ ଆରୋହୀ

ଯାଜପୁର-୫/୮(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ହରିଦାସପୁର ନିକଟସ୍ଥ ରେଳ ଫାଟକ ଏକ ଏକ୍ସପ୍ରେସ ଟ୍ରେନ ଧକ୍କାରେ ଜଣେ ବାଇକ ଆରୋହୀ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ବାଇକଟି ସମ୍ପୁଣର୍୍ ଭାବେ ନଷ୍ଟ ହୋଇଯାଇଥିବା ଜଣାପଡିଛି। ସାରୋଇ- ଆରୁହା ରାସ୍ତାର ହରିଦାସପୁର ରେଳଷ୍ଟେସନ ନିକଟସ୍ଥ ରେଥିବା ଜଗୁଆଳି ରହିତ ଫାଟକ ଗେଟ ବନ୍ଦଥିବା ସମୟରେ ନେଉଳପୁର ଗ୍ରାମର ଅବଦୁଲ ରହିମ ଅପେକ୍ଷା ନକରି ଗେଟ ତଳେ ପସି ଯାଉଥିବା ବେଳେ ରେଳ ଧାରଣା ଉପରେ ତାଙ୍କ ବାଇକର ଷ୍ଟାଟ ବନ୍ଦ ହୋଇଯାଇଥିଲା। ଏହି ସମୟରେ ଉକ୍ତ ରେଳ ଲାଇନଦେଇ ଏକ ଦ୍ରୁତଗାମୀ ଟ୍ରେନ ଆସୁଥିବା ଦେଖି ରହିମ ନିଜର ବାଇକ ଛାଡି ପଳାଇଥିଲେ। ଫଳରେ ଟ୍ରେନ ଧକ୍କାରେ ବାଇକଟି ସମ୍ପୁର୍ଣ୍ଣ ଚୁରମାର ହୋଇଯାଇଥବା ବେଳେ ଆରୋହୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *