ଟ୍ରେନ ଧକାରେ ଯୁବକ ମୃତ

ଘଟଗାଁ, ୨୩.୭(ଓଡ଼ିଆ ପୁଅ/ ଭବାନୀ ପ୍ରସାଦ)- କେନ୍ଦୁଝର ଘଟଗାଁ ବ୍ଲକ ଅନ୍ତର୍ଗତ ସାରୁପାଟ ଗ୍ରାମ ନିକଟରେ ଟ୍ରେନ ଧକ୍କାରେ ଯୁବକ ମୃତ। ମୃତକ ହେଲେ ଗ୍ରାମର କାର୍ତିକ ବେହେରା। ସୂଚନାଯୋଗ୍ୟ ଯେ ଟ୍ରେନ ଧାରଣା ନିକଟରେ କାର୍ତିକ ଛେଳି ଚରାଉଥିଲେ। ଛେଳି ଗୁଡିକୁ ଟ୍ରେନ ଧାରଣା ପାର କରିସାରିବା ପରେ ଅସାବଧାନତା ଯୋଗୁ ଆସୁଥିବା ଏକ ପେସେଞ୍ଜର ଟ୍ରେନ ସମୁଖକୁ ଚାଲିଆସିବାରୁ ଟ୍ରେନଟି କାର୍ତିକକୁ ଧକା ଦେଇଥିଲା ଫଳରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଶରୀରର ଦୁଇ ଭାଗ ହୋଇଯାଇଥିଲା। ଖବର ପାଇ ଢେଙ୍କିକୋଟ ଫାଣ୍ଡି ପୋଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *