ଓଡ଼ିଶା

ଟ୍ରେନ୍ ରେ କଟି ୨ମୃତ

ଯାଜପୁର, ୨୬/୬ (ଓଡିଆ ପୁଅ/ମାନସ ରାଉତ): ସୋମବାର ସକାଳ ସମୟରେ ଧର୍ମଶାଳା ଥାନା ଅନ୍ତର୍ଗତ ହରିଦାସପୁର ଗଡମଧୁପୁର ମଧ୍ୟବର୍ତ୍ତିୀ ଛେଳିଆପଦା ନିକଟରେ ଟ୍ରେନ୍ ରେ କଟି ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତକଙ୍କ ପରିଚୟ ମିଳିନଥିବା ବେଳେ ସେ ଏକ ହାଫ ପ୍ୟାଣ୍ଟ୍ ଏବଂ ଫୁଲ ସାର୍ଟ ପିନ୍ଧିଥିବା ଦେଖାଯାଇଛି। ଏହାକୁ କେହି କେହି ଆତ୍ମହତ୍ୟ କରିଥିବା କୁହୁଥିବା ବେଳେ କେହି କେହି ହତ୍ୟ କରି ଏଠାରେ ପକାଇ ଦିଆଯାଇଥିବା ଚର୍ଚ୍ଚା ହେଉଛି। ସେହିଭଳି ଗତକାଲି ରାତିରେ ହରିଦାସପୁର ଷ୍ଟେସନ ନିକଟରେ ଏକ ଯୁବକଙ୍କର ଟ୍ରେନ୍ରେ କଟି ମୃତ୍ୟୁ ହୋଇଥିବା ଜଣାପଡିଛି। ରେଲେୱେ ପୋଲିସ ଘଟଣାସ୍ଥଳରେ ପଂହଚି ଶବ ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top