ଟ୍ରେନ୍ ଧକ୍କାରେ ଯୁବକ ମୃତ

ଯାଜପୁର ୮/୧୧(ଓଡିଆପୁଅ/ମାନସ ରାଉତ) ଯାଜପୁର ଜିଲ୍ଲାର ଜେନାପୁର ରେଳ ଷ୍ଟେସନ ନିକଟରେ ଲେବଲ କ୍ରସିଂ ପାର ହେଉଥିବା ବେଳେ ଏକ ମାଲବାହୀ ଟ୍ରେନ୍ ଧକ୍କାରେ ଜଣେ ଯୁବକଙ୍କର ମୃତୁ୍ୟ ଘଟିଛି । ମୃତ ଯୁବକ ଜଣକ ହେଲେ ଜେନାପୁର ଥାନା ସାହାଣିଡିହ ପଂଚାୟତ ଦଣ୍ଡାଘାଟି ଗ୍ରାମର ମଙ୍ଗୁଳି ରାଉତଙ୍କ ପୁଅ ଦେବଦତ ରାଉତ (୨୮) । ଦେବଦତ ଆଜି ପୂର୍ବାହ୍ନ ୧୧ ଟା ବେଳେ ଜେନାପୁର ଦକ୍ଷିଣ କ୍ୟାବିନ୍ ନିକଟରେ ଥିବା ଲେବଲ କ୍ରସିଂ ପାର କରୁଥିବା ସମୟରେ ମିଡିଲ ଲାଇନରେ ବିୟୁବିଆରଏନ୍ ମାଲବାହୀ ଟ୍ରେନଟି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟରା ସ୍ଥଳରେ ସଂପୃକ୍ତ ଯୁବକଙ୍କର ମୃତୁ୍ୟ ଘଟିଥିଲା । ଖବର ପାଇ ପରିବାର ଲୋକେ ଦେବଦତଙ୍କ ମୃତ ଶରୀରକୁ ତୁରନ୍ତ ଘରକୁ ନେଇ ସକ୍ôାର କରିଦେଇଥିବାର ସୂଚନା ମିଳିଛି ।

M Rout

i am journalist competed DJMC and work as a Social Worker VicePresident of Society for Heath Education Environment & integrated Development (SHEEID)

Leave a Reply

Your email address will not be published. Required fields are marked *