ଟ୍ରେନ୍ ରୁ ଖସି ଯୁବକ ଗୁରୁତର

ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ସକାଳେ ଚରମ୍ପାସ୍ଥିତ ଭଦ୍ରକ ରେଳଷ୍ଟେସନରେ ପୁରୀ ହାୱାଡା ଏକ୍ସପ୍ରେସ୍ରେ ଯାଉଥିବା ଜଣେ ଯୁବକ ଟ୍ରେନ୍ ରୁ ଖସି ଗୁରୁତର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ପଡୋଶୀ ବାଲେଶ୍ୱର ଜିଲାର ମଇତାପୁର ନିବାସୀ ନରେନ୍ଦ୍ର ଖିଲାରଙ୍କ ପୁତ୍ର ଯତିକାନ୍ତ (୧୮) ନିଜର ସାଥୀ କାଶୀନାଥ ଖିଲାରଙ୍କ ସହ ରାଣୀତାଲରୁ ଭୁବନେଶ୍ୱର ଯିବା ପାଇଁ ଟିକେଟ୍ କରି ପୁରୀ-ହାୱଡା ଏକ୍ସପ୍ରେସ୍ରେ ଚଢିଥିଲେ। ଭଦ୍ରକ ରେଳଷ୍ଟେସନରେ ଟ୍ରେନ୍ଟି ରହି ଛାଡିଥିଲା। ମାତ୍ର ଟ୍ରେନ୍ଟସ ଶହେ ମିଟର ଯିବାମଧ୍ୟରେ ବାଥରୁମ୍କୁ ଯିବାକୁ କହି ସିଟ୍ରୁ ଉଠିଆସିଥିବା ଯତିକାନ୍ତ ବଗିର ଦ୍ୱାର ତଳକୁ ଖସିପଡିଥିଲା। ଏହାଦେଖି ଲୋକେ ଚିତ୍କାର କରି ଚେନ୍ ଟାଣି ଟ୍ରେନ୍ଟିକୁ ଅଟକାଇଥିଲେ। ଯତିକାନ୍ତ ସହ ଯାଉଥିବା କାଶୀନାଥ ତଳକୁ ଓହ୍ଲାଇ ନିଜ ସାଥୀଟିର ଏଭଳି ଅବସ୍ଥା ଦେଖି ସ୍ଥାନୀୟ ରେଳବାଇ ଥାନା ପୁଲିସ୍ ସହାୟତାରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଏବେ ଯତିକାନ୍ତର ଅବସ୍ଥା ଗୁରୁତର ଥିବାର ଜଣାପଡିଛି।

Leave a Reply

Your email address will not be published. Required fields are marked *