ଟ୍ରେନରେ ମୁଷାଙ୍କୁ ନେଇ ମହିଳା କରିଥିଲେ ଅଭିଯୋଗ, ଉପଭୋକ୍ତା ନ୍ୟାୟାଳୟ ଦେଲେ ଏତିକି କ୍ଷତିପୂରଣ !

ଉପଭୋକ୍ତା ନ୍ୟାୟାଳୟ ମହିଳା ଓକିଲଙ୍କୁ ୧୯ ହଜାର ଟଙ୍କାର କ୍ଷତିପୂରଣ ଦେବାକୁ ନିଷ୍ପତି ଶୁଣାଇଛନ୍ତି
ମୁମ୍ବାଇ ୧୮-୭ (ଓଡ଼ିଆ ପୁଅ) ମୁମ୍ବାଇର ଉପଭୋକ୍ତା ନ୍ୟାୟାଳୟ ସେଣ୍ଟ୍ରାଲ ରେଲୱେ ବିରୁଦ୍ଧରେ କରାଯାଇଥିବା ଅଭିଯୋଗ ଉପରେ ଜଣେ ମହିଳା ଓକିଲଙ୍କୁ ୧୯ ହଜାର ଟଙ୍କାର କ୍ଷତିପୂରଣ ଦେବାକୁ ରାୟ ଶୁଣାଇଛନ୍ତି।

ମାମଲା ୨୦୧୫ ର, ଯେତେବେଳେ ଅଭିଯୋଗ କରିଥିବା ମହିଳା ଓକିଲ ମୁମ୍ବାଇ-ଏର୍ଣ୍ଣାକୁଲମ ଦୁରନ୍ତୋ ଏକ୍ସପ୍ରେସରେ ଯାତ୍ରା କରୁଥିଲେ ଏବଂ ଟ୍ରେନର ଡିବାରେ ମୂଷା ଭରପୂର ଥିଲେ। ଏହି କାରଣରୁ ମହିଳା ଓକିଲ ଏବଂ ତାଙ୍କ ବନ୍ଧୁଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା। ଏହାକୁ ନେଇ କରି ମହିଳା ଓକିଲ ଶୀତଲ ସେଂଟ୍ରାଲ ରେଲୱେ ବିରୁଦ୍ଧରେ ଉପଭୋକ୍ତା ନ୍ୟାୟାଳୟରେ ଅଭିଯୋଗ କରିଥିଲେ।

ମହିଳା ଓକିଲ କହିଥିଲା କି, “ଏହି ମାମଲାରେ ଭଲ ସେବା ନଦେବା ପାଇଁ ସେଣ୍ଟ୍ରାଲ ରେଲୱେ ଦୋଷୀ ଅଟେ, କାରଣ ମୁଁ ସମ୍ପୂର୍ଣ୍ଣ ଭଡ଼ା ଦେଇଛି। ତା’ ପରେ ମଧ୍ୟ ଟ୍ରେନରେ ଅଧିକ ଅପରିଷ୍କାର ଥିଲା ଏବଂ ଡିବାର ଚାରିପଟେ ମୂଷା ଦୌଡ଼ୁଥିଲେ। ସେହି ବର୍ଥରେ ମୋର ଅବସ୍ଥା ମଧ୍ୟ ବହୁତ ଖରାପଥିଲା।”

ମହିଳା ଓକିଲ କହିଲେ କି, ଟ୍ରେନ ଷ୍ଟାଫଙ୍କୁ ଯେତେବେଳେ ଏହାର ଅଭିଯୋଗ କରାଗଲା ତାଙ୍କର ଉତ୍ତର ଶୁଣିକରି ତାଙ୍କର ହୋସ ଉଡ଼ିଯାଇଥିଲା, କାରଣ ଷ୍ଟାଫ କହିଥିଲେ କି, ଟ୍ରେନରେ ମୂଷା ହେବା ସାଧାରଣ କଥା। ତଥାପି ମଧ୍ୟ କମ ସମୟ ଭିତରେ ଆମେ ଟ୍ରେନକୁ ସଫା କରିବାକୁ ଚେଷ୍ଟା କରିବୁ।

ଷ୍ଟାଫମାନଙ୍କର ସହାୟତା ନମିଳିବାରୁ ପରେ ମହିଳା ଓକିଲ ଶୀତଲ ଟିଟିଙ୍କୁ ଅଭିଯୋଗ କଲେ। କିନ୍ତୁ ଯେତେବେଳେ ଏହା ଉପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା ତେବେ ସେ କ୍ରୋଧିତ ହୋଇ ସେଣ୍ଟ୍ରାଲ ରେଲୱେ ର ବିରୁଦ୍ଧରେ ସାଉଥ ମୁମ୍ବାଇ ଡିସ୍ଟ୍ରିକ୍ଟ କଞ୍ଜ୍ୟୁମର ଡିଷ୍ଟ୍ରିକ୍ଟ ରିଡ୍ରେସାଲ ଫୋରମରେ ଅଭିଯୋଗ କରିଥିଲେ।

ଏହାର ଶୁଣାଣି ସମୟରେ ମହିଳା ଓକିଲ ପ୍ରମାଣିତ କରିବାରେ ସଫଳ ରହିଥିଲେ କି ଟ୍ରେନର ଖରାପ ଖାଇବା କାରଣରୁ ସେ ଏବଂ ତାଙ୍କ ବନ୍ଧୁ ରୋଗରେ ପଡ଼ିଥିଲେ ଏବଂ ତାଙ୍କୁ ମାନସିକ ସାଥିରେ ଶାରୀରିକ କ୍ଷତିଗ୍ରସ୍ତ ହୋଇଥିଲା। ଏହି ଆଧାରରେ ଉପଭୋକ୍ତା ନ୍ୟାୟାଳୟ ଦୁଇଜଣଙ୍କୁ ୧୯ ହଜାର ଟଙ୍କାର କ୍ଷତିପୂରଣ ଦେବାକୁ ରାୟ ଶୁଣାଇଛନ୍ତି।

Leave a Reply

Your email address will not be published. Required fields are marked *