ଟ୍ରେନରେ କଟି ବୃଦ୍ଧ ମୃତ

ଖଡିଆଳ/ନୂଆପଡା-୧୯.୦୪.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲା ଖଡିଆଳ ଏନ.ଏ.ସି ସ୍ଥିତ ସାହୁପଡାର ଶ୍ରୀରାମ ସାହୁ ନାମକ (୫୫)ବ୍ୟକ୍ତି ଟ୍ରେନ ଲାଇନ ରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ମତେ ସାହୁପଡା ଶ୍ରିରାମ ସାହୁ ଦିର୍ଘ ଦିନରୁ ମାନସିକ ରୋଗରେ ପିଡିତ ଥିଲେ। ଗତ ଏପ୍ରିଲ ୧୮ ତାରିଖ ରେ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ର ଟ୍ରେନ ଲାଇନରେ ଦୈାଡିଯାଇ ଶୋଇପଡିଥିଲେ। ଏହି ସମୟରେ ଟ୍ରେନ ଆସିଯିବା ଫଳରେ ସାହୁ ଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇପଡିଥିଲା। କଣ୍ଟାବଞ୍ଜି ରେଲୱେ ପୋଲି ଶବ ଚିହ୍ନଟ କରିନପାରି ଶବ କୁ ପୋତି ଦେଇଥିଲେ। ସୋସିଆଲ ମିଡିଆ ରେ ଏହି ଖବର ପ୍ରକାଶିତ ହେବା ପରେ ପରିବାର ଲୋକେ ଯାଇ ପୋତି ଦେଇଥିବା ଶବ କୁ ବାହାର କରି ଚିହ୍ନଟ କରିଥିବା ଜଣାପଡେ। ଏ ବିଷୟରେ ପରିବାର ଲୋକଙ୍କ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୈାଣସି ପ୍ରତକ୍ରୀୟା ମିଲିପାରି ନାହିଁ। ଖଡିଆଳ ପୋଲିସ ସବ ଇନିସପେକ୍ଟର ଆଦିତ୍ୟ କୁମାର ମହାକୁର ଙ୍କୁ ଏ ବିଷୟରେ ଯୋଗାଯୋଗ କରାଯିବାରୁ ଏ ବିଷରେ ମୁ ଶୁଣିଛି ହେଲେ ଖଡିଆଳ ଥାନରେ କୈାଣସି ଅଭିଯୋଗ ହୋଇନାହିଁ ବୋଲି ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *