ଜିଲ୍ଲା ପରିକ୍ରମା

ଟ୍ରାଫିକ ଥାନା ଥାଇ ନଥାଇ ସଦୃଶ, ସୁଧୁରିନି ଚଣ୍ଡିଖୋଲ ଛକର ଟ୍ରାଫିକ ବ୍ୟବସ୍ଥା

ଯାଜପୁର, ୧୫।୫(ଓଡିଆପୁଅ/ମାନସ ରାଉତ):-୩ଟି ଜାତୀୟ ରାଜପଥ ୫୩ନଂ, ୧୬ନଂ ଓ ୫ନଂ(କ)ରାଜପଥର ସଂଯୋଗ ସ୍ଥଳ ହେଉଛି ଯାଜପୁର ଜିଲାର ଚଣ୍ଡିଖୋଲ ଛକ। ଛକର ଚତୁପାର୍ଶ୍ୱରୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଜନ ସାଧାରଣ ନିଜର ନିତ୍ୟ ବ୍ୟବହାର ସାମଗ୍ରୀ ପାଇଁ ଏହି ଛକକୁ ଆସିଥାନ୍ତି। ଦୈନନ୍ଦିନ ଏହି ଛକ ଦେଇ ହଜାର ହଜାର ସଂଖ୍ୟକ ଚାରି ଚକିଆ ଓ ଦୁଇ ଚକିଆ ଯାନ ବିଭିନ୍ନ ସ୍ଥାନକୁ ଯାଆସ କରିଥାନ୍ତି। ପଡୋଶୀ ଜିଲ୍ଲାର ଖଣୀଜ ପଦାର୍ଥ ନେଇ ଶହ ଶହ ସଂଖ୍ୟାରେ ଟ୍ରକ ପାରାଦୀପ ଯାଇଥାଏ। ଏତେସବୁ ଗାଡି ଗୁଡିକ ଚଳପ୍ରଚଳ ହେବା ଫଳରେ ପ୍ରତିଦିନ ଛକରେ ଗହଳି ଚହଳି ଲାଗି ରହିଥାଏ। ଏଭଳି ଏକ ବ୍ୟସ୍ତବହୁଳ ତଥା ଜନଗହଳିପୂର୍ଣ୍ଣ ଛକରେ ଟ୍ରାଫିକ ପରିଚାଳକ ସେତେଟା ସନ୍ତୋଷଜନକ ନୁହେଁ। ଫଳରେ ଦୈନନ୍ଦିନ ଛୋଟ ଛୋଟ ଦୁର୍ଘଟଣା ଦେଖାଯାଉଛି। ଟ୍ରାଫିକ ସମସ୍ୟାକୁ ସୁଧାରିବା ପାଇଂ ଜିଲାର ଏକମାତ୍ର ଟ୍ରାଫିକ ଥାନା ଡିସେମ୍ବର ୧୫ତାରିଖରେ ବିଧିବଦ୍ଧ ଭାବରେ ଛକ ନିକଟସ୍ତ ନିଜସ୍ୱ ଗୃହରେ ଚାଲୁଅଛି। ଯାହାକୁ ରାଜ୍ୟ ପୋଲି ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ଉଦଘାଟନ କରିଥିଲେ। ଏହି ଥାନାକୁ ଜଣେ ଇନସପେକ୍ଟରଙ୍କ ସହ ୩୭ ଜଣ କର୍ମଚାରୀ ଓ ଏକ ସରକାରୀ ଗାଡି ସରକାର ଯୋଗାଇ ଦେଇଛନ୍ତି। ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା, ଛକରେ ବେଆଇନ ପାର୍କିକିଂକୁ ହଟାଇବା, ଜାତୀୟ ରାଜପଥରେ ବେପୁରୁଆ ଗାଡି ଚାଳନା ଉପରେ ଅଙ୍କୁଶ ଲଗାଇବା ଏହି ଥାନାର ମୂଳ ଲକ୍ଷ୍ୟ। ମାତ୍ର ଦୀର୍ଘ ୬ ମାସରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ସୁଦ୍ଧା ଚଣ୍ଡିଖୋଲ ଛକର ଟ୍ରାଫିକ ବ୍ୟବସ୍ଥାରେ ସୁଦ୍ଧାର ଆସିପାରି ନାହିଁ। ଛକରେ ମନଇଛା ଏଣେତେଣେ ଲୋକମାନେ ନିଜର ଗାଡିଗୁଡିକ ପାକିଂ କରିଥାନ୍ତି। ଷ୍ଟାଣ୍ଡର ସୁବିଧା ନଥିବାରୁ ଚାରିଚକିଆ ଯାନଗୁଡିକ ମଧ୍ୟ ଜାତୀୟ ରାଜପଥ ଉପରେ ନିଜ ନିଜର ଗାଡିଗୁଡିକ ପାକିଂ କରିଥାନ୍ତି। ଛକ ମଧ୍ୟରେ ଥିବା ଟ୍ରାଫିକ ପୋଷ୍ଟ ନିକଟରେ ପ୍ରାୟ କେହି ଟ୍ରାଫିକ ନିୟମକୁ ମାନି ନଥଅନ୍ତି। ବେଳେ ବୈଳେ ଟ୍ରାଫିକ ଦାୟିତ୍ୱରେ ଥିବା କର୍ମଚାରୀ ଅନଭିଜ୍ଞତା କାରଣରୁ ଭୁଲରେ ସିଗନାଲ ଦେଇଥାନ୍ତି। ଫଳରେ ଛୋଟ ବଡ ଦୁର୍ଘଟଣା ମଧ୍ୟ ଘଟିଥାଏ। ଟ୍ରାଫିକ ଦାୟିତ୍ୱରେ ଥିବା କର୍ମଚାରୀ ମାନଙ୍କର ବିଶେଷ ଅଭିଜ୍ଞତା ନଥିବା ଯୋଗୁ ଟ୍ରାଫିକ ନିତିନିୟମ ଠିକ ଭାବରେ ପାଳନ କରାଯାଉ ନାହିଁ ବୋଲି ସ୍ଥାନୀୟ ଜନସାଧାରଣ ମାନେ ଅଭିଯୋଗ କରିଛନ୍ତି। ଜନସାଧାରଣଙ୍କୁ ଟ୍ରାଫିକ ନିତିନିୟମ ଜଣାଇବା ପରିବର୍ତେ ବହୁ ସମୟରେ ଟ୍ରାଫିକ ଓ ପୋଲିସ କର୍ମଛାରୀ ମାନେ ଟ୍ରାଫିକ ପୋଷ୍ଟ ନିକଟରେ ବସି ହେଲମେଟ ଚେକିଂ କରି ଜୋରିମନା ଆଦାୟରେ ବ୍ୟସ୍ତ ରହୁଛନ୍ତି। ସେପଟେ ବେଆଇନ ପାର୍କିଂପ୍ରତି ସେମାନଙ୍କର ନଜର ପଡୁନାହିଁ। ଖୋଦ ପରିବହନ ଅଧିକାରୀ ପ୍ରତିଦିନ ଏହି ଛକ ଦେଇ ଯିବାଆଦସିବା କରୁଥିଲେ ସୁଦ୍ଧା ବେଆଇନ ପାକିଁ ଓ ଟ୍ରାଫିକ ସମସ୍ୟା ପ୍ରତି ଥରୁଟିଏ ମଧ୍ୟ ତାଙ୍କର ନଜର ପଡିନାହିଁ। କେବଳ ବର୍ଷକୁ ଥରେ ସଡକ ସୁରକ୍ଷା ସପ୍ତାହପାଳନ କରି ପ୍ରଶାସନ ବାହା ନେଉଥିବା ବେଳେ ପ୍ରତିଦିନ ଛକରେ ଉପୁଜୁଥିବା ଟ୍ରାଫିକ ସମସ୍ୟା ପ୍ରତି ଧ୍ୟାନ ଦେଉ ନାହିଁ। ପଳରେ ଟ୍ରାଫିକ ସମସ୍ୟା ଯୋଗୁ କେତେବେଳେ ନିରୀହ ପ୍ରାଣୀମାନଙ୍କର ଜୀବନ ଚାଲିଯିବ ତାହା ସମୟ ହିଁ କହିବ। ଜିଲ୍ଲାର ପ୍ରଥମ ଟ୍ରାଫିକ ଥାନା ଏହି ଅଂଚଳର ଜନସାଧାରଣଙ୍କୁ ଟ୍ରାଫିକ ନିୟମ ଓ ସଚେତନତା କରାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top