ad
ଓଡ଼ିଶା

ଟ୍ରାଫିକ କର୍ମଚାରୀଙ୍କୁ ମାଡ ମାରି ଦୁର୍ବବ୍ୟବହାର କରିବା ମହଙ୍ଗା ପଡିଲା, ୩ ଅଭିଯୁକ୍ତଙ୍କୁ ଗିରଫ କଲା ଟାଉନ ପୋଲିସ

କେନ୍ଦୁଝର, ୧୬ା୫(ଓଡିଆ ପୁଅ/ପ୍ରଦୀପ ମହାନ୍ତି): କାର୍ଯ୍ୟରତ ଜଣେ ଟ୍ରାଫିକ କର୍ମଚାରୀଙ୍କୁ ମାଡ ମାରି ଦୁର୍ବବ୍ୟବହାର ପ୍ରଦର୍ଶନ କରିବା ୩ଜଣ ଯୁବକଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ହାତରେ ଧରାପଡି ସଂପୃକ୍ତ ୩ ଅଭିଯୁକ୍ତ ମଙ୍ଗଳବାର ଦିନ ଜେଲ ଯାଇଛନ୍ତି। ସୂଚନାଯୋଗ୍ୟ ଯେ, ଗତ ୧୩ ତାରିଖ ସଂନ୍ଧ୍ୟା ପ୍ରାୟ ୫ଟା ୩୦ମିନିଟ୍ ସମୟରେ କେନ୍ଦୁଝର ସହରର ସିରାଜୁଦ୍ଦିନ ଛକଠାରେ ଉମେଶ ଚନ୍ଦ୍ର ମହାନ୍ତ ନାମକ ଜଣେ ହୋମଗାର୍ଡ ଟ୍ରାଫିକ କାର୍ଯ୍ୟରେ ନିୟୋଜିତ ଥିଲେ। ଏହି ସମୟରେ ପବିତ୍ରଡିହାର ତ୍ରିନାଥ ପ୍ରଧାନ ଓରଫ୍ ସିପୁ(୨୪), ଧୋବାଡିହାର ରାକେଶ ସିଂ ଓରଫ୍ ରିଙ୍କୁ(୨୯) ଏବଂ ବଣିଆପାଟର ଲଳିତ କୁମାର ପାଣିଗ୍ରାହୀ ଓରଫ୍ ଲୁଲୁ(୩୨) ଏକ ଆକ୍ଟିଭାରେ ସିରାଜୁଦ୍ଦିନ ଛକର ଅପରପାଶ୍ୱର୍କୁ ଯିବାକୁ ଅପେକ୍ଷା କରିଥିଲେ। ତାଙ୍କୁ କାହିଁକି ଶୀଘ୍ର ସିଗନାଲ ଦିଆଯାଉନାହିଁ କହି ଟ୍ରାଫିକ ଡ୍ୟୁଟିରେ ନିଯୁକ୍ତ ହୋମଗାର୍ଡ ଉମେଶଙ୍କ ସହିତ ସଂପୃକ୍ତ ଯୁବକମାନଙ୍କର ଯୁକ୍ତିତର୍କ ହୋଇଥିଲା। ଟ୍ରାଫିକର ନିୟମ ସଂପର୍କରେ କହିବାକୁ ଆରମ୍ଭ କରିଥିବା ହୋମଗାର୍ଡ ଉମେଶଙ୍କୁ ଉକ୍ତ ତିନି ଯୁବକ ଟ୍ରାଫିକ ପୋଷ୍ଟରୁ ଘୋଷାରି ଆଣି ମାରପିଟ୍ କରି ଅଶାଳୀନ ବ୍ୟବହାର କରିଥିଲେ। ଯୁବକମାନଙ୍କର ଏଭଳି ବ୍ୟବହାର କରି କେତେକ ବ୍ୟକ୍ତି ଅସନ୍ତୋଷ ବ୍ୟକ୍ତ କରିବା ସହ ନିଜ ମୋବାଇଲ ଫୋନରେ ଏହି ଦୃଶ୍ୟ ରେକଡିଂ କରି ଭାଇରାଲ କରି ଦେଇଥିଲେ। ପରେ ପରେ ଏସଂପର୍କରେ କେନ୍ଦୁଝର ଟାଉନ ଥାନାରେ ହୋମଗାର୍ଡ ଉମେଶ ଚନ୍ଦ୍ର ମହାନ୍ତ ଏଫ୍ଆଇଆର୍ ଦାଏର କରିଥିଲେ। ଟାଉନ ପୋଲିସ କେଶ ନଂ ୧୩୮/୨୦୧୮ ଦଫା ୩୪୧, ୨୯୪, ୩୨୩, ୩୫୩ ଓ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୩୪ରେ ଏକ ମାମଲା ରୁଜୁ କରି ମଙ୍ଗଳବାର ଦିନ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିଥିବା ଜଣାପଡିଛି। ମଙ୍ଗଳବାର ଅପରାହ୍ନରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top