ଟ୍ରାଙ୍ଗୁଲାର କମିଟିର ବୈଠକ – କୈାଣସି କାର୍ଯ୍ୟରେ ସ୍ୱଚ୍ଚ୍ଥତା ପାଇଁ ଅଡିଟ୍ ହେବା ଅତ୍ୟନ୍ତ ଜରୁରୀ ; ଜିଲାପାଳ ରଂଜନ କୁମାର ଦାସ

ଯାଜପୁର-୨୯/୮(ଓଡିଆ ପୁଅ/ଏ.ରାଉତ) କୈାଣସି କାର୍ଯ୍ୟରେ ସ୍ୱଚ୍ଚ୍ଥତା ପାଇଁ ଅଡିଟ୍ ହେବା ଅତ୍ୟନ୍ତ ଜରୁରୀ। ଏହା ଭୁଲ ତୃଟିକୁ ସଂଶୋଧନ କରିବା ସହ ଭଲ କାମ କରିବାକୁ ପ୍ରୋତ୍ସାହିତ କରିଥାଏ ବୋଲି ଜିଲାପାଳ ରଂଜନ କୁମାର ଦାସ ମତବ୍ୟକ୍ତ କରିଚ୍ଥନ୍ତି। ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଳ୍ାପାଳଙ୍କ ସମ୍ମିଳନୀ ଗୃହରେ ୨ ଦିନିଆ ଟ୍ରାଙ୍ଗୁଲାର କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଜଲାପାଳ ଶ୍ରୀ ଦାସ ଟ୍ରାଙ୍ଗୁଲାର କମିଟି ଯେ କୈାଣସି ବିଭାଗର ଆର୍ଥିକ ବ୍ୟବସ୍ଥାକୁ ସଂଶୋଧନ କରିବାରେ ସାହାଯ୍ୟ କରିଥାଏ ବୋଲି କହିଥିଲେ। ବିଶେଷ କରି ସଂପୃକ୍ତ ବିଭାଗର ଆୟ ବ୍ୟୟକୁ ସନ୍ତୁଳନ ଓ ସଠିକ ପରିଚାଳନା ପାଇଁ ଏହା ସହାୟକ ହୋଇଥାଏ। ନିୟମ ଅନୁସାରେ ଆୟ ବ୍ୟୟକୁ ଊଲ୍ଲେଖ କଲାବେଳେ ଯେଊଁ ତୃଟି ରହିଥାଏ ଏହି କମିଟି ତାହାକୁ ଅନୁଧ୍ୟାନ କରି ସଂସ୍କାରିତ କରିବା ସହ ଅନିୟମିତତା କ୍ଷେତ୍ରକୁ ମଧ୍ୟ ଲୋକ ଲୋଚନକୁ ଆଣି ସରକାରୀ ଅର୍ଥ ହଡପକୁ ରୋକିବାରେ ସମର୍ଥ ହୋଇଥାଏ ବୋଲି ଜିଲ୍ଳ୍ାପାଳ କହିଥିଲେ। ରାଜସ୍ୱ ପର୍ଷଦର ଆର୍ଥିକ ଊପଦେଷ୍ଟା ସୁବ୍ରତ ଶତପଥୀ, ଅଧିକାରୀ ଓ କର୍ମଚାରୀ ଅଭାବରୁ ପ୍ରତ୍ୟେକ ବର୍ଷ ପ୍ରତ୍ୟେକ ବିଭାଗର ଅଡିଟ୍ ହୋଇପାରୁନାହିଁ ବୋଲି ସୂଚନା ଦେଇ ଅଡିଟ୍ ସବୁବେଳେ ଆର୍ଥିକ ଶୃଙ୍ଖଳା ଓ ସ୍ୱଚ୍ଚ୍ଥତାକୁ ତ୍ୱରାନ୍ୱିତ କରିଥାଏ ବୋଲି କହିଥିଲେ। ଯଦି ପ୍ରତ୍ୟେକ ଡି.ଡି.ଓ. ମାନେ ସପ୍ତାହରେ ମାତ୍ର ଘଣ୍ଟେ ଦୁଇ ଘଣ୍ଟା ସମୟ ଦେଇ କ୍ୟାସ୍ ପୋଜିସନ୍ ଆନାଲିସିସ୍ ଆଦି କରିପାରନ୍ତେ ତେବେ କୈାଣସି ଆର୍ଥିକ ଅନିୟମିତତା ହୋଇପାରନ୍ତା ନାହିଁ। ବର୍ତ୍ତମାନ ସବୁ ଅନ୍ଲାଇନ୍ରେ ହେଊଥିବାରୁ ବ୍ୟାଙ୍କ ଆକାଊଣ୍ଟସ୍ ସହ କ୍ୟାସ୍ ଆନାଲିସିସ୍ କଲେ ଆହୁରି ସ୍ୱଚ୍ଚ୍ଥତା ଆସିପାରିବ। ଅର୍ଥ ବିଭାଗ ସ୍ୱଚ୍ଚ୍ଥତା ପାଇଁ ଅନେକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଚ୍ଥନ୍ତି। ଏହାକୁ ପ୍ରତ୍ୟେକ ମାନି ଚଳିବାକୁ ସେ ଆହ୍ୱାନ ଦେଇଥିଲେ। ପ୍ରାରମ୍ଭରେ ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରିବା ସହ ଅଡିଟ୍ ପାରା ଗୁଡିକର କମ୍ପ୍ଳିୟାନ୍ସକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଊପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ, କେନ୍ଦ୍ରାଂଚଳ ରାଜସ୍ୱ ବିଭାଗର ଏ.ଏପଂ.ଏ. ନିବେଦିତା ବିଶ୍ୱାଳ, ଅଡିଟ୍ ଅଧିକାରୀ ଜାଭିୟର ଡୁଙ୍ଗ୍ ଡୁଙ୍ଗ୍, ଅଡିଟ ସୁପରିନ୍ଟେଣ୍ଡେଣ୍ଟ ଦୁଃଶାସନ ସ୍ୱାଇଁ, ଏସ୍.ସି. ପାତ୍ର, ଅଡିଟର ପ୍ରମୋଦ ସାମଲ, ସମସ୍ତ ତହସିଲଦାର, ଡେପୁଟୀ କଲେକ୍ଟର, ସହକାରୀ ଜିଲାପାଳ, ମୁଖ୍ୟ କିରାଣୀ ଓ ଅଡିଟ ସହ ଜଡିତ ବିଭାଗୀୟ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *